Wednesday, 9 November 2022

ନୀତିକଥା : ଏଗାର

୧. ଯେପରି ଋଣି ପିତା ପୁତ୍ରର ଶତ୍ରୁ ସେହିପରି ବ୍ୟଭିଚାରିଣୀ ମାତା, ରୂପବତୀ ପତ୍ନୀ ଓ ମୂର୍ଖ ପୁତ୍ର ଶତ୍ରୁ ଅଟନ୍ତି ।

୨. ଯେପରି ଲୋଭୀକୁ ଧନଦେଇ ସନ୍ତୁଷ୍ଟ କରାଯାଏ ସେହିପରି ଅହଂକାରୀ ମାନକୁ ହାତଯୋଡ଼ି, ମୂର୍ଖକୁ ଉପଦେଶ ଦ୍ବାରା ଓ ପଣ୍ଡିତଙ୍କୁ
ଯଥାର୍ଥ ବାକ୍ୟ କହି ବଶ କରିବାକୁ ହୋଇଥାଏ ।

୩. ଦୁଷ୍ଟ ରାଜାଙ୍କ ରାଜ୍ୟରେ ସୁଖ ନାହିଁ, ଦୁଷ୍ଟ ମିତ୍ରଠାରୁ ଆନନ୍ଦମିଳେ ନାହିଁ, ଦୁଷ୍ଟ ପତ୍ନୀ ଯୋଗୁ ଗୃହରେ ସୁଖ ନଥାଏ, ଦୁଷ୍ଟ ମୂର୍ଖଶିଷ୍ୟକୁ ପାଠ ପଢ଼ାଇଲେ ଯଶ ମିଳିନଥାଏ ।

୪. ଯେପରି ସିଂହଠାରୁ ଗୋଟିଏ ବଗଠାରୁ ଗୋଟିଏ କଥା ଶିକ୍ଷାକରାଯାଏ ସେହିପରି କୁକୁଡ଼ାଠାରୁ ପାଞ୍ଚଗୋଟି କୁକୁରଠାରୁ ଛଅଗୋଟି
ଗଧଠାରୁ ସାତଗୋଟି କଥା ଶିକ୍ଷାକରାଯାଇଥାଏ 

୫. ଛୋଟ କିମ୍ବା ବଡ଼ ହେଉ ସେହି କାର୍ଯ୍ୟଟି କରିବାକୁ ଚାହୁଁଥିଲେ ସେଥିପାଇଁ ପୂର୍ଣ୍ଣ ଶକ୍ତି ଲଗାଇବା ଦରକାର କାରଣ ଏପରି ଗୁଣ
ସିଂହଠାରେ ଦେଖାଯାଇଥାଏ ।

୬. ବକ ଯେପରି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ରଖ୍ ନିଜର କାର୍ଯ୍ୟକରୁଥାଏ, ସେହିପରି କାଳ ଏବଂ ବଳକୁ ଜାଣି ନିଜର କାର୍ଯ୍ୟକୁ ବିଦ୍ଵାନମାନେ ସଫଳ କରିବା ଉଚିତ୍ ।

୭. ଶ୍ରେଷ୍ଠ ତଥା ବିଦ୍ୱାନ ବ୍ୟକ୍ତିଗଣ ଗଧଠାରୁ ତିନିଗୋଟି ଗୁଣଶିକ୍ଷା କରିବା ଉଚିତ୍ ।ତାହାହେଲା ଗଧ ଯେତେ କ୍ଳାନ୍ତ ହେଲେ ମଧ୍ୟ ନିଜର ବୋଝ ବୋହିବାରୁ କ୍ଷାନ୍ତ ହୁଏ ନାହିଁ ସେହି ପରି ମନୁଷ୍ୟମାନେ ଆଳସ୍ୟର ବଶବର୍ତ୍ତୀ ହୋଇ ନିଜର କାର୍ଯ୍ୟକୁ ସଫଳ କରିବା ଉଚିତ୍ଓ  କର୍ତ୍ତବ୍ୟ ତା ନିକଟରେ ବିମୁଖ ହେବା ଉଚିତ୍ କର୍ମ ନୁହଁ କାର୍ଯ୍ୟ ସିଦ୍ଧିରେ ଋତୁମାନଙ୍କର ଗ୍ରୀଷ୍ମ ଓ ଶୀତ ହେଲେ ସେଥିଲାଗି ଚିନ୍ତା କରିବା ଉଚିତ ନୁଁହ । ଆଉ ମଧ୍ୟ ଗଧ ଯେପରି ସନ୍ତୁଷ୍ଟତାର ସହିତ ସ୍ଥାନ ବିଚାର ନକରି ଚରିଥାଆନ୍ତି । ସେହିପରି ବୁଦ୍ଧିଯୁକ୍ତ ବ୍ୟକ୍ତି ସଦା ସନ୍ତୋଷ ମନରେ ଫଳରେ ଅଶା ନରଖୁ କର୍ମରେ ନିଯୁକ୍ତ ହେବା ଦରକାର ।

୮. ଯେପରି ସମୟ ଦେଖି ଜାଗ୍ରତ ରହିବ । ଲଢ଼ିବା ଶତ୍ରୁକୁ ହଟାଇ ଦେବା, ସେମାନଙ୍କ ଖାଦ୍ୟ ନିଜେ ଖାଇଥିବା କାର୍ଯ୍ୟକୁ କୁକୁଡ଼ାମାନେ କରିଥାଆନ୍ତି । କୁକୁଡ଼ାର ସେହିସବୁ ଗୁଣକୁ ମନୁଷ୍ୟମାନେ ଶିଖିବା ଉଚିତ୍ ।

୯. ଗୋପନତାର ସହିତ ମୈଥୁନ କରିବା ସମୟ ଦେଖ୍ ସଂଗ୍ରହ କରିବା ଆଉ ମଧ୍ୟ ସମସ୍ତ ସମୟରେ ସାବଧାନ ହେବା, କାହାକୁ ବିଶ୍ଵାସ ନକରିବା କି ପାଟିଦ୍ଵାରା ସମସ୍ତଙ୍କୁ ଯେପରି କରାଇନେବା କୁଆର କାର୍ଯ୍ୟ, ସେହିସବୁ ଗୁଣ ମନୁଷ୍ୟ କୁଆଠାରୁ ଶିକ୍ଷା କରିବା ଉଚିତ୍

୧୦. କୁକୁର ଯେପରି ବହୁ କ୍ଷୁଧା ବେଳେ ଅଳ୍ପରେ ସନ୍ତୁଷ୍ଟ ହେବା,ଗାଢ଼ ନିଦ୍ରାରେ ଥାଇ ମଧ୍ୟ ସଦାସତର୍କ ଥିବା ସ୍ଵାମୀଙ୍କର ଉପଯୁକ୍ତ ସେବକ ଭାବରେ ନିଜର ବୀରତ୍ଵ ଦେଖାଇବା ପରି ଗୁଣ ଥାଏ । ସେହି ଗୁଣକୁ ମନୁଷ୍ୟମାନେ ଶିକ୍ଷା କରିବା ଉଚିତ୍ ।

Monday, 10 October 2022

ନୀତିକଥା : ଦଶ

୧. ଶୁଣି ଶୁଣି ମନୁଷ୍ୟର ଧର୍ମ ଜ୍ଞାନ ଉତ୍ପନ୍ନ ହୋଇଥାଏ ଓ ଦୁର୍ବୁଦ୍ଧିକୁ ତ୍ୟାଗକରେ ପୁନଶ୍ଚ ଜ୍ଞାନ ପ୍ରାପ୍ତି ହୁଏ, ଜ୍ଞାନପ୍ରାପ୍ତି ହେଲେ ମୋକ୍ଷ ବି ହୋଇଥାଏ ।

୨.ପକ୍ଷୀମାନଙ୍କ ମଧ୍ୟରେ କୁଆ ପଶୁମାନଙ୍କ ମଧ୍ୟରେ କୁକୁର, ମୁନିମାନଙ୍କ ମଧ୍ୟରେ ଯେପରି ପାପୀ ସେହିପରି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଚଣ୍ଡାଳ ନିନ୍ଦୁକ ।

୩.ଯେପରି କଂସା ଭସ୍ମ ଦ୍ବାରା ତମ୍ବା ଅମ୍ଳ ଦ୍ବାରା, ନାରୀ ରଜସ୍ଵଳା ହେଲେ ଶୁଦ୍ଧ ହୋଇଥାଏ, ସେହିପରି ନଦୀ ନିଜର ପ୍ରଖର ବେଗ ଦ୍ଵାରା ଶୁଦ୍ଧ ହୋଇଥାଏ ।

୪. ଯେପରି ରାଜା ଭ୍ରମଣ କରିବା ବ୍ରାହ୍ମଣ ଓ ଭ୍ରମଣ କରୁଥିବା ଯୋଗୀକୁ ପୂଜା ମିଳେ ସେହି ଭ୍ରମଣ କରୁଥିବା ସ୍ତ୍ରୀ ଶୀଘ୍ର ନଷ୍ଟହୋଇଥାଏ ।

୫. ଯେଉଁ ବ୍ୟକ୍ତି ନିକଟରେ ଅଧନ ଅଛି ତାହାର ସମସ୍ତ ଲୋକ ବଳେ ବଳେ ମିତ୍ର ହୋଇଯାଆନ୍ତି । ବଂଧୁ ବାଂଧବମାନେ ତାଙ୍କୁ ଜଗିରହିଛି । ଆଉ ସେହି ବ୍ୟକ୍ତିଙ୍କୁ ସମସ୍ତେ ବିଦ୍ୱାନ ଓ ସମ୍ମାନୀୟ ବ୍ୟକ୍ତିଭାବରେ ବିବେଚନା କରନ୍ତି ।

୬. ଯେ ଯେପରି ଭାଗ୍ୟ ନେଇ ଜନ୍ମ ହୋଇଥାଏ ତାହାର ସେହିପରି ବୃଦ୍ଧି ହୋଇଥାଏ । କାର୍ଯ୍ୟ ମଧ୍ୟ ସେହିପରି ମିଳିଥାଏ ପୁନଶ୍ଚ ତାର ସହଯୋଗୀ ମିତ୍ର ବଂଧୁ ସେହି ଭାଗ୍ୟାନୁରୂପରେ ମିଳିଥାଆନ୍ତି ।

୭. ଯେପରି କାଳ ଦ୍ବାରା ମନୁଷ୍ୟମାନେ ଗ୍ରାସ ହୁଅନ୍ତି ସେହିପରିକାଳ ସୃଷ୍ଟିର ବିନାଶ କରିଥାଏ । ଆଉ ମଧ୍ୟ ପ୍ରାଣୀର ନିଦ୍ରା ସମୟରେ
ବି କାଳ ସେମାନଙ୍କ ନିକଟରେ ଉପସ୍ଥିତ ଥାଏ । ତାହାକୁ କିନ୍ତୁ କେହି ଅତିକ୍ରମ କରିପାରନ୍ତି ନାହିଁ

୮. ଯେପରି ଜନ୍ମାନ୍ଧକୁ କିଛି ଦୃଶ୍ୟ ହୁଏ ନାହିଁ, ସେହିପରି କାମାନ୍ଧମଧ୍ୟ ଉନ୍ମତ ନିଶାରେ କିଛି ଜାଣିପାରେ ନାହିଁ ଆଉ ଯେଉଁମାନେସ୍ଵାର୍ଥପର ତାକୁ କୌଣସି ଦୋଷ ଦେଖ୍ ପାରେ ନାହିଁ 

୯. ପ୍ରାଣୀ ନିଜ ଦ୍ବାରା ଯେପରି କର୍ମ କରେ ସେପରି ଫଳପାଇଥାଏ । ପୁନଶ୍ଚ ନିଜେ ଯେପରି ସଂସାର ଭ୍ରମଣ କରେ ସେପରି ମୁକ୍ତି ମଧ୍ୟ ତାକୁ ମିଳିଥାଏ ।

୧୦. ରାଷ୍ଟ୍ର ଦ୍ୱାରା ସୃଷ୍ଟ ପାପ ରାଜାଙ୍କୁ ଭୋଗିବାକୁ ପଡ଼େ ସେହିପରିରାଜାଙ୍କର ପାପକୁ ପୁରୋହିତ, ପତ୍ନୀଙ୍କ ପାପକୁ ସ୍ଵାମୀ ଓ ଶିଷ୍ୟର ପାପକୁ ଗୁରୁହିଁ ଭୋଗ କରିଥାଆନ୍ତି ।

Wednesday, 5 October 2022

ନୀତିକଥା : ନଅ

୧. ଯେ ପର୍ଯ୍ୟନ୍ତ ବିପଦ ଆପଦ ସଂକଟ ଦୂରରେ ଥିବ ସେ ପର୍ଯ୍ୟନ୍ତ ଭୟ କରିବ ତାହା ସନ୍ନିକଟ ହୋଇଗଲେ ବାଧା ଦେବା ଦରକାର ।

୨. ଗୋଟିଏ ମାତୃ ପେଟରୁ ଗୋଟିଏ ନକ୍ଷତ୍ରରେ ଜନ୍ମ ହୋଇଥିଲେ ଦୁଇଙ୍କର ସ୍ବଭାବ ଏକା ହୁଏ ନାହିଁ, ଯେପରି କଣ୍ଟକିତ ବରକୋଳି ଗଛ ଓ ତାହାର ଫଳ ।
୩. ବ୍ରହ୍ମଜ୍ଞାନୀକୁ ସ୍ୱର୍ଗପ୍ରାପ୍ତି ଯେପରି ତୁଚ୍ଛ, ବୀରକୁ ଜୀବନ ତୁଚ୍ଛ,ସଂଯମୀଙ୍କୁ ସ୍ତ୍ରୀ ତୁଚ୍ଛ, ସେହିପରି ନିସ୍ପୃହ ବ୍ୟକ୍ତିର ସଂସାର ତୁଚ୍ଛ ।

୪. ଯେପରି ଗୃହେ ବାହ୍ୟରେ ବ୍ୟକ୍ତି ଲାଗି ବିଦ୍ୟା ମିତ୍ର ଗୃହେ ପତ୍ନୀମିତ୍ର ରୋଗୀର ଔଷଧ ମିତ୍ର ସେହିପରି ବ୍ୟକ୍ତିର ମୃତ୍ୟୁ ପରେ ଧର୍ମ କରିଥିଲେ ତାହାର ମିତ୍ର ହୋଇଥାଏ ।

୫. ଯେପରି ସାଗରକୁ ବର୍ଷା ହେବା ବୃଥା, ତୃଷ୍ଣ ବ୍ୟକ୍ତିଙ୍କୁ ଭୋଜନ ବୃଥା, ଧନୀକୁ ଦାନଦେବା ବୃଥା ସେହିପରି ଦିବସ କାଳରେ ଦୀପ ପ୍ରଜ୍ବଳନ କରିବା ବୃଥା ନୁହଁକି ।
୬. ବାଦଲ ସମାନ ଢଳ, ନିଜର ଶରୀର ସାମାର୍ଯ୍ୟ ସମାନ ବଳ ଚକ୍ଷୁ ସମାନ ଜ୍ୟୋତି ଅନ୍ନ ସମ୍ମାନ ପ୍ରିୟ ସମାନ ଆଉ କେହି ନାହିଁ ।

୭. ନିର୍ଧନ ଯେପରି ଧନ କାମନା ପଶୁର କାମନା କଥା କହିବା,ମନୁଷ୍ୟର କାମନା ସ୍ଵର୍ଗପ୍ରାପ୍ତି ସେହି ପରି ସ୍ୱର୍ଗରେ ରହୁଥିବା ଦେବତାମାନଙ୍କର କାମନା ମୋକ୍ଷ ପ୍ରାପ୍ତି ।
୮.ଯେପରି ସତ୍ୟକୁ ପୃଥବୀ ଧାରଣ କରିଥାଏ । ସେହିପରି ସତ୍ୟକୁ ସୂର୍ଯ୍ୟର ଉତ୍ପତ, ସତ୍ୟରୁ ହିଁ ବାୟୁ ବହିଥାଏ, ଯାହା କିଛି ପୃଥିବୀର ଦେଖୁଛ ସେସବୁ ସତ୍ୟରୁ ସମ୍ଭବ ହୋଇଛି ।
୯. ଲକ୍ଷ୍ମୀ ଯେପରି ଚଞ୍ଚଳା ସେହିପରି ପ୍ରାଣ ଜୀବନ ଶରୀର ଏ ସମସ୍ତ ଶୀଘ୍ର ନଷ୍ଟ ହୋଇଯାଇଥାଏ । କିନ୍ତୁ ସଂସାରରେ କେବଳ ଧର୍ମ
ହିଁ ନିଶ୍ଚଳ 
୧୦. ଯେପରି ମନୁଷ୍ୟମାନଙ୍କ ମଧ୍ୟରେ ନାପିତ ଧୂର, ସେହିପରି ପକ୍ଷୀମାନଙ୍କ ମଧ୍ୟରେ କୁପଶୁମାନଙ୍କ ମଧ୍ଯ ଶୃଗାଳ ସ୍ତ୍ରୀମାନଙ୍କ ମଧ୍ୟରେ
ମାଲ୍ୟାଣି ଧୂର୍ତ୍ତ ଅଟେ ।

Sunday, 2 October 2022

ନୀତିକଥା : ଆଠ

୧. ଯେ ପତ୍ନୀ ପବିତ୍ର କୁଶଳୀ, ପତିବ୍ରତା, ଯେଉଁ ପତ୍ନୀଙ୍କରପଢିଙ୍କଠାରେ ପ୍ରୀତି ଆଉ ସେହି, ପତ୍ନୀ ଯିଏ ପଡିଙ୍କୁ ସତ୍ୟ କହୁଥାଏ ।

୨. ପୁତ୍ରହୀନର ଗୃହଶୂନ୍ୟ, ଭାତ ଚୀନର ଦିଗ ଶୂନ୍ୟ, ମୂର୍ଖ ଲୋକର ହୃହମ ଶୂନ୍ୟ ପରି ନିର୍ଜନ ବ୍ୟକ୍ତିର ସମସ୍ତ ଶୂନ୍ୟ ଅଟେ ।

୩. ଦରିଦ୍ରସ୍ୟ ବିଷ ଗୋଷ୍ଠୀ ବୃଦସ୍ୟ ତରୁଣୀ ବିଷମ ।ସୁସ୍ନାଦୁ ଭୋଜନ ଯେପରି ବଦହଜମିର କାରଣ ହୋଇ ବିଷ। ପରି କ୍ଷତି କରେ ସେହିପରି ନିରନ୍ତର ଅଭ୍ୟାସ ନଥିଲେ ଶାସ୍ତ୍ରଜ୍ଞାନ ମଧ୍ୟ
ମନୁ ନିମନ୍ତେ ବିଷ ହୋଇଯାଏ । ଯେପରି ନିର୍ଜନ ବ୍ୟକ୍ତି ପକ୍ଷେ ସଭାସମିତି ବିଷ ତୁଲ୍ୟ ସେହିପରି ବୃଦ୍ଧାକାଳରେ ତରୁଣୀ ଭାର୍ଯ୍ୟା ବିଷତୁଲ୍ୟ ଅଟେ ।

୪. ଯେଉଁ ଧର୍ମରେ ଦୟାର ସ୍ଥାନ ନାହିଁ ତାହାକୁ ତ୍ୟାଗ କରିବ ।ସେହିପରି ଗୁରୁ ବିଦ୍ୟାହୀନ, କ୍ରୋଧୂ ପତ୍ନୀ ଆଉ ଯେଉଁ ବଂଧୁଙ୍କର ସ୍ନେହ ଆଦର ନାହିଁ ତାହାକୁ ହିଁ ତ୍ୟାଗ କରିବେ ।

୫.ଚଲାରେ ଥକ୍‌ ମରା ମନୁଷ୍ୟ, ବଂଧା ହୋଇ ରହିଥିବା ଅଶ୍ୱ, ମୈଥୁନ ଶକ୍ତି ନଥିବା ସ୍ତ୍ରୀ, ଖରା ଦ୍ଵାରା ସୁଖ୍ୟାଇଥିବା ବସ୍ତ୍ର, ବୁଦ୍ଧ ବାଜରା ତୁଲ୍ୟ ଅଟନ୍ତି ।

୬. ବର୍ତ୍ତମାନର କାଳ ମୋର କିଏ ମିତ୍ର ମୋର ଆୟ କେତେ, ମୁଁ କାହାର ମୋର କି ଶକ୍ତି ଅଛି ଏହାକୁ ସଦାସର୍ବଦା ଚିନ୍ତା କରିବା ଉଚିତ୍ ।

୭. ଯେ ଜନ୍ମ ଦେଲେ ଯେ ଉପନ୍ନୟନ ଦେଇ ସଂସ୍କାର କରାଇଲେ ଯାହାଙ୍କ ଦ୍ଵାରା ଶିକ୍ଷାପ୍ରାପ୍ତି ହୋଇଛି, ଯାହାଙ୍କ ଅନ୍ତରେ ପ୍ରତିପାଳିତ
ଯିଏ ଭୟତ୍ରାତା ଏମାନେ ନିଜର ପିତା ତୁଲ୍ୟ ବ୍ୟକ୍ତି ।

୮. ରାଜା, ଗୁରୁମିତ୍ରମାନଙ୍କର ପତ୍ନୀ, ଶାଶୁ ଓ ନିଜର ମାତା ସଂସ୍କାରର ଏହିପରି ପଞ୍ଚମାତା ଜାଣିବ ।

୯. ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏମାନେ ଅଗ୍ନି ତୁଲ୍ୟ ଗୁରୁ, ତହିଁମନ୍ତେ ବ୍ରାହ୍ମଣ ଅତିରିକ୍ତ ଗୁରୁ ଓ ସେହିପରି ପତ୍ନୀମାନଙ୍କର ପଡିଗୁରୁ ଓ ଗୃହକୁ
ଆସିଥୁବା ଅତିଥୁ ସମସ୍ତଙ୍କର ଗୁରୁ ଅଟନ୍ତି ।

୧୦.ଘର୍ଷଣ, ବର୍ଗନ, ଚନ୍ଦନ ଓ ପିଟଣ ଏପରି ଚାରିଗୋଟି ପରୀକ୍ଷାଦ୍ୱାରା ଯେପରି ଲୌହର ପରୀକ୍ଷା କରାଯାଇଥାଏ । ସେହିପରି ପୁରୁଷର
ପରୀକ୍ଷା ତ୍ୟାଗ, ଶୀଳ, ଗୁଣ ଓ କର୍ମ ଦ୍ବାରା କରାଯାଇଥାଏ ।

Saturday, 1 October 2022

ନୀତିକଥା : ସାତ

୧ . ଧ୍ୟାନ ଓ ସ୍ପର୍ଶ ଦ୍ୱାରା ମାଛ ମାଦା କଛପ ଓ ପକ୍ଷୀ ଯେପରି ପିଲାମାନଙ୍କର ପାଳନ କର୍ମାନୟରେ କରିଥାନ୍ତି , ସେହିପରି ସତସଙ୍ଗୀ
ମଧ୍ୟ ପ୍ରତ୍ୟେକ ସ୍ଥିତିରେ ମନୁଷ୍ୟ ପାଳନ କରିଥାଏ

୨. ଶରୀର ଯେଯାଏ ସୁସ୍ଥଥିବ ସେଯାଏ ମୃତ୍ୟୁ ତାଠାରୁ ଦୂରରେ ଥିବ ।ସେହି ମଉକାରେ ଆତ୍ମାର କଲ୍ୟାଣ କରିବା ଉଚିତ ।କାରଣ ପ୍ରାଣର ଅନ୍ତ ହୋଇଗଲେ ପରେ ପଶ୍ଚାତାପ ହିଁ ରହିଯିବ 

୩. ବିଦ୍ୟା ଓ କାମଧେନୁ ସମଗୁଣ ଯୁକ୍ତ।କାରଣ ସେ ମନ୍ଦରୁ ମନ୍ଦ ସମୟରେ ମଧ୍ୟ ସଙ୍ଗ ତ୍ୟାଗ କରି ଥାଏ।ସେହିପରି ଗୃହରୁ ବାହାରକୁ ଚାଲିଗଲେ ବି ତାହା ମାତାଙ୍କର କାମ ବି ତୁଲାଇଥାଏ ।ଏହା ଏକ ଗୁପ୍ତ ଧନ ସଦୃଶ ।ଏପରି ଧନକୁ କେହି ଦେଖିପାରେ ନାହିଁ 
୪. ଗୋଟିଏ ବିଦ୍ୱାନ ପୁତ୍ର ସହସ୍ର ନିଷ୍କମା ଗୁଣ ହୀନ ପୁତ୍ରଙ୍କ ଠାରୁ ଭଲ, ଯେପରି ଏକହିଁ ଚନ୍ଦ୍ର ରାତ୍ରର ସମସ୍ତ ଅନ୍ଧକାରକୁ ଦୂର କରିଥାଏ 
୫. ମୂର୍ଖ ପୁତ୍ର ଅଧିକ ଦିନ ବଞ୍ଚିବା ଅପେକ୍ଷା ଶିଘ୍ର ମରିଯିବା ଉତ୍ତମ କାରଣ ପୁତ୍ରର ମୃତ୍ୟୁ ଲାଗିଥରେ ମାତ୍ର ଦୁଖ କରିବାକୁ ହୋଇଥାଏ ।କିନ୍ତୁ ସେପରି ପୁତ୍ର ବଞ୍ଚି ରହିଲେ ସାରାଜୀବନ ଦୁଃଖ ଓ କନ୍ଦାଇଥାଏ ।
୬.  ଦୁଷ୍ଟଜନଙ୍କ ଗ୍ରାମେ ବାସ କୁହଳହୀନ ବ୍ୟକ୍ତିର ସେବା କୁଭୋଜନ, କର୍କଶବାଣୀ ଯୁକ୍ତ ଭାର୍ଯ୍ୟା, ମୂର୍ଖ ପୁତ୍ର ଆଉ ବିଧବା କନ୍ୟା ଏମାନେ ବିନା ଅଗ୍ନିରେ ଜଳାଇ ମାରିବା ସଦୃଶ ।
୭. ଯେଉଁ ଗାଈ ଦୁଗ୍ଧ ଦିଏ ନାହିଁ କି ଗର୍ଭ ଧାରଣ କରେ ନାହିଁ ସେପରି ଗାଈ ଥାଇ ମୂଲ୍ୟ କ’ଣ ? ସେହିପରି ପୁତ୍ର ନୁହେଁ ବିଦ୍ୱାନ ନୁହେଁ ଈଶ୍ବର ଉକ୍ତ ସେପରି ପୁତ୍ର ଜନ୍ମରେ ଲାଭ କ’ଣ ?
୮. ସଂସାର ଜଂଜାଳରେ ଜଳୁଥିବା ବ୍ୟକ୍ତିମାନଙ୍କୁ ତିନୋଟି ବସ୍ତୁ ଶାନ୍ତି ଦେଇଥାଏ । ସେମାନେ ହେଲେ ସନ୍ତାନ, ଜାୟା ଓ ସଜ୍ଜନ ସଙ୍ଗ ବା ସତସଙ୍ଗ
୯. ରାଜାମାନେ ଥରେ ମାତ୍ର ଆଦେଶ ଦିଅନ୍ତି, ପଣ୍ଡିତମାନେ ଥରେ ମାତ୍ର କହନ୍ତି, କନ୍ୟାଦାନ ଥରେ ମାତ୍ର କରାଯାଇଥାଏ ।
୧୦. ତପସ୍ୟା ଏକା ପଢ଼ିବା, ଦୁଇଜଣ ଗୀତ ଗାଇବା ତିନିଜଣ, ମାର୍ଗଗମନରେ ଚାରିଜଣ, କୃଷିକ୍ଷେତ୍ରେ ପାଞ୍ଚଜଣ ନିଯୁକ୍ତ ପରି ଯୁଦ୍ଧରେ
ଏକାଧିକ ବ୍ୟକ୍ତି ଥିବା ଉଚିତ୍ ।

Tuesday, 27 September 2022

ନୀତିକଥା : ଛ

 ୧.  ଜଣିଏ ହେଲେ ବି ଗୁଣବାନ ବ୍ୟକ୍ତି ସୁନାମ ଅର୍ଜନ କରେ । ବନରେ ଗୋଟିଏ ସୁଗନ୍ଧ ଯୁକ୍ତ ପୁଷ୍ପ ବୃକ୍ଷ ସମସ୍ତ ବନକୁ ସୁଗନ୍ଧିତ କରିଦିଏ । ସେହିପରି ଜଣେ ସୁପୁତ୍ର ସମଗ୍ର କୁଳର ଉଚ୍ଚମାନ ଆଣିଦିଏ

 ୨.  ଗୋଟିଏ ଶୁଷ୍କ ବୃକ୍ଷରେ ଅଗ୍ନି ଲାଗିଲେ ତାହା ସାରା ବନକୁ  ଦହନ କରେ ସେହିପରି ଗୋଟିଏ କୁପୁତ୍ର ଦ୍ଵାରା କୁଳ ବଦନାମ ହୋଇଯାଏ 

୩.  ଚନ୍ଦ୍ରମାଙ୍କ ଦ୍ଵାରା ଯେପରି ରାତ୍ରିର ଶୋଭା ବଢେ ,ସେହିପରି ଜଣେ ବିଦ୍ୱାନ ସୁପୁତ୍ର ଦ୍ୱାରା କୁଳ ଆହ୍ଲାଦିତ ହୋଇଥାଏ

୪. ଯେପରି ଶୋକ ସନ୍ତାପ କାରଣ ହେଉଥିବା ପୁତ୍ର ଜନ୍ମରେ କୂଳରେ କିଛି ଲାଭ ନାହିଁ ସେହିପରି କୂଳକୁ ସାହାରା ଦେଉଥିବା ଏକମାତ୍ର ପୁତ୍ର କୂଳ ନିମନ୍ତେ ଶ୍ରେଷ୍ଠ ଅଟେ ।

୫.  ପୁତ୍ରକୁ ପାଞ୍ଚବର୍ଷ ଯାଏ ଲାଳନ କରିବ ପରି ଦଶବର୍ଷ ଯାଏ ତାଡ଼ନା କରିବ, ଷୋଳବର୍ଷ ପୁତ୍ର ହେଲେ କୁମିତ୍ର ସମାନ ବ୍ୟବହାର କରିବ 

୬. ଉପଦ୍ରଵ ସମୟେ ଯୁଦ୍ଧକାଳରେ ଅକାଳରେ ଭୟଙ୍କର ଦୁର୍ଭିକ୍ଷ ପଡିଲେ ଦୁଷ୍ଟ ବ୍ୟକ୍ତି ସମ୍ପକକୁ ଆସିଗଲେ ସେଠାରୁ ପଳାୟନ କରି ଚାଲିଯିବା ବ୍ୟକ୍ତି ନିଜକୁ ବଞ୍ଚାଇ ଦେଇଥାଏ ।

୭.  ଯେଉଁବ୍ୟକ୍ତିଙ୍କୁ ଧର୍ମ, ଧନ,କାମ, ମୋକ୍ଷ,ଭୋଗ ଏସମସ୍ତ ମଧ୍ୟରୁ ଗୋଟିଏ ନମିଳିଲା ଜାଣିବ ତାହାର ମୂତ୍ୟୁ ନିମନ୍ତେ ହୋଇଅଛି 

୮. ଯେ ସ୍ଥାନେ ମୁର୍ଖ ଲୋକଙ୍କୁ ସମ୍ମାନ ନାହିଁ, ଅନ୍ନ ଦ୍ଵାରା ଭଣ୍ଡାର ପୂର୍ଣ୍ଣ ପତି ପତ୍ନୀଙ୍କ ମଧ୍ୟରେ ସୁସର୍ମ୍ପକ ସେଠାରେ ଲକ୍ଷ୍ମୀ ଇଚ୍ଛାଧୀନ ବାସ କରନ୍ତି ।

୯.  ଆୟୁ, କର୍ମ,ଧନ,ଵିଦ୍ୟା, ନିଧନ ଏହି ପାଞ୍ଚଗୋଟି କଥା ପ୍ରାଣୀର ଭାଗ୍ୟରେ ମାତୃ ଗର୍ଭରେ ଥିବା ସମୟରେ ହିଁ ଲେଖା ହୋଇଥାଏ

୧୦. ଅନେକ ଏ ସଂସାରରେ ପୁତ୍ର ,ମିତ୍ର ଭାଇ, ସାଧୁ, ମହାତ୍ମା, ବିଦ୍ୱାନଙ୍କଠାରୁ ଦୁରେଇ ରହନ୍ତି ।ଯେଉଁମାନେ ସତସଙ୍ଗ କରନ୍ତି ସେହିମାନେ ହିଁ କୁଳର ପଵିତ୍ରକୁ ବଜାଇ ରଖନ୍ତି 


Monday, 26 September 2022

ନୀତିକଥା : ପାଞ୍ଚ

 ୧.   ଦୁଷ୍ଟ ବ୍ୟକ୍ତି ଓ ସର୍ପଙ୍କ ମଧ୍ୟରେ ସର୍ପ ଭଲ, କାରଣ ସର୍ପ ଥରୁଟିଏ ଦର୍ଶନ କରେ କିନ୍ତୁ ଦୁଷ୍ଟ ବ୍ୟକ୍ତି ବାରମ୍ବାର ଆଘାତ କରେ

୨.   କୁଜନ ମାନେ ସର୍ବଦା ସଙ୍ଗରେ ଥାନ୍ତି,ସେଥିଲାଗି ରାଜା କୁଳିନଙ୍କୁ ଆପଣେଇ ଥାନ୍ତି 

୩.  ସାଗର ତୁଳନାରେ ଧୀର ଗମ୍ଭୀର ପୁରୁଷଙ୍କୁ ଉତ୍ତମ ଭାବିବ କାରଣ ପ୍ରଳୟ ଆସିଲେ  ସାଗର ମର୍ଯ୍ୟାଦା ଭୁଲିଯାଏ କିନ୍ତୁ ଉତ୍ତମ  ବ୍ୟକ୍ତିଙ୍କ  ଉପରେ ପାହାଡ଼ ଭାଙ୍ଗି ପଡିଲେ ମଧ୍ୟ ସେମାନେ  ମର୍ଯ୍ୟାଦା କୁ  ଉଲ୍ଲଘନ କରନ୍ତି ନାହିଁ 

୪.  ମୁର୍ଖକୁ ଦୁଇପଦ ପଶୁ ଭାବି ତ୍ୟାଗ କରିବା କାରଣ ସେ ନିଜର ଶବ୍ଦ ଦ୍ଵାରା ଶୁଳ ସମାନ ଭେଦ କରେ ,ଯେପରି  ଅଦୃଶ କଣ୍ଟକ ଭେଦ କରିଥାଏ 

୫.  ରୂପ ଯୌବନ ସମ୍ପନ୍ନ ଉଚ୍ଚ କୂଳରେ ଜାତ ହୋଇ ଯଦି ବିଦ୍ୟାହିନ ସେପରି ବ୍ୟକ୍ତି ସୁଗନ୍ଧହୀନ  ପୁଷ୍ପ ସମ ଶୋଭ ପାଇଥାଏ

୬.  କୋକିଳର ସ୍ୱର ତାର ରୁପକୁ ବୁଝାଏ, ନାରୀର ସୌନ୍ଦର୍ଯ୍ୟ ତାର ପବିତ୍ରତା ରୁ ଜଣାପଡେ ।ସେହିପରି ତପସ୍ୱୀ ମାନଙ୍କର କ୍ଷମାଭାବ ସେମାନଙ୍କର ରୂପ କହିଦିଏ ।

୭.  କୁଳ ନିମନ୍ତେ ଵ୍ୟକ୍ତିର ବ୍ୟକ୍ତିତ୍ୱ ତ୍ୟାଗ ଗ୍ରାମ ନିମନ୍ତେ କୁଳତ୍ୟାଗ ରାଜ୍ୟ ରକ୍ଷା ଲାଗି ଗ୍ରାମ ତ୍ୟାଗ କରିବା ପରି ଆତ୍ମରକ୍ଷା ନିମନ୍ତେ ସଂସାର ତ୍ୟାଗ କରିବା ଠିକ ହେବ  ।

୮.  ଉଦ୍ୟମ କଲେ ଦାରିଦ୍ର୍ୟ ଦୂର , ଜପ ଦ୍ଵାରା ପାପ ଦୂର ,ମୌନତା ଦ୍ଵାରା କଳହ ଦୂର , ଜାଗ୍ରତ ଦ୍ଵାରା  ଭୟ ଦୂର ହୋଇଥାଏ 

୯.  ସୌନ୍ଦର୍ଯ୍ୟ ରୂପ ହେତୁ ରାବଣ ଦ୍ଵାରା ସୀତା ହରଣ ଅତି ଅଂହକାରଣରୁ ରାବଣ ମୃତୁ ଯେପରି ସେପରି ଅତି ହାନି ଯୋଗୁ ବଳି ବଧ । ତେଣୁ ସର୍ବଦା ଅତିଟାକୁ  ବର୍ଜନ କରିବା ଦରକାର 

୧୦.ସାମର୍ଥ୍ୟ ବ୍ୟକ୍ତିକୁ ବସ୍ତୁ ଭାରି ନୁଁହ ।ବ୍ୟବସାୟ ଲାଗି ସ୍ଥାନ ଦୂର ନୁହେଁ ବିଦ୍ଵାନର ବିଦେଶ ଦୂର ନୁହେଁ ,ମଧୁର କଥା କହୁଥିବା ଵ୍ୟକ୍ତିର ଦୁନିଆରେ କେହି ପର ନାହାନ୍ତି 


Wednesday, 21 September 2022

ନୀତିକଥା : ଚାରି

୧.   ସୁଜାୟାଙ୍କର  ବିୟୋଗ ନିଜ ଆତ୍ମୀୟ ଠାରୁ
ଅପମାନ ପାଇବା ଦୁଷ୍ଟ ନରପତିଙ୍କର ସେବା କରିବା ଦରିଦ୍ର ଓ ଧ୍ରୁତ୍ତ ଵ୍ୟକ୍ତିର ସଭାକୁ ଅଗ୍ନି ନଥାଇ ମଧ୍ୟ ଦହନ ହୋଇ ଥାଏ
୨.   ପ୍ରଖର ସ୍ରୋତଥିବା ନଦୀ କୂଳରେ ବୃକ୍ଷ, 
ଅନ୍ୟର ଘରେ ବାସ କରୁଥିବା ନାରୀ ,ମନ୍ତ୍ରୀ ନଥିବା ରାଜା ବା ରାଜ୍ୟ ଏମାନେ ଯଥାଶୀଘ୍ର ନଷ୍ଟ
ପ୍ରାପ୍ତି ହୋଇ ପାରନ୍ତି 
୩.   ବିପ୍ରମାନଙ୍କର ଯେପରି ବିଦ୍ୟାବଳ ,ରାଜା ମାନଙ୍କର ସେହିପରି ସୈନ୍ୟମାନେ ବଳ, ସେହିପରି ବଶ୍ୟ ମାନଙ୍କର ବଳ ଯେପରି ଧନ
ସେହିପରି ଶୁଦ୍ରମାନଙ୍କର ସେବା କରିବା ବଳ ଅଟେ ।
4.   ନିର୍ଦ୍ଧନ ପୁରୁଷକୁ ବେଶ୍ୟା ତ୍ୟାଗ କରିଥାଏ  ।
ଶକ୍ତିହୀନ ରାଜାଙ୍କୁ ପ୍ରଜା ମାନେ ତ୍ୟାଗ କରନ୍ତି  ।
ସେହିପରି ଫଳ ନଥିବା ଵୃକ୍ଷକୁ ପକ୍ଷୀମାନେ ତ୍ୟାଗ କରିବା ଭଳି ଭୋଜନ ସରିଲେ ଅତିଥି ମାନେ ଗୃହ ତ୍ୟାଗ କରନ୍ତି। 
୫.  ଦକ୍ଷିଣା ପାଇବା ପରେ ବିପ୍ରମାନେ ଯଜମାନ
ତ୍ୟାଗ କରନ୍ତି । ବିଦ୍ୟା ପ୍ରାପ୍ତି ପରେ  ବିଦ୍ୟାର୍ଥୀ ଗୁରୁଙ୍କୁ ପରିତ୍ୟାଗ କରେ , ଅଗ୍ନି ଲାଗିଥିବା ବନକୁ
ପଶୁପକ୍ଷୀ ମାନେ ତ୍ୟାଗ କରନ୍ତି
୬. ଯେ ଦୁରାଚାରି ଦୁଷ୍ଟ ସ୍ୱଭାବୀ ବିନା କାରଣରେ 
ଅନ୍ୟର ହାନି କରାଉଥିବା ବ୍ୟକ୍ତି ବା ସେ ଦୁଷ୍ଟ ଲୋକ ସହିତ ଜଣେ ଶ୍ରେଷ୍ଠ ପୁରୁଷ ରହିଲେ ସେ ମଧ୍ୟ ନଷ୍ଟ ହୋଇଥାଏ । କାରଣ ସଙ୍ଗଦୋଷ ନିଶ୍ଚୟ ଲାଗିଥାଏ
୭.  ସମାସ୍କନ୍ଦ ସହିତ ସମାସ୍ପନ୍ଦଙ୍କର ମିତ୍ରତା ଶୋଭା ବର୍ଦ୍ଧନ କରେ, ରାଜାଙ୍କୁ ସେବା କରିବା ଶୋଭାପାଏ ।ଲକ୍ଷ୍ମୀବନ୍ତ ସ୍ତ୍ରୀ ଗୃହ କୁ ଶୋଭାପାଏ 
୮. କାହାର ପୁଣି କୂଳରେ ଦୋଷନଥାଏ , ରୋଗ କାହାକୁ କଷ୍ଟ ନ ଦିଏ । ଦୁଃଖ କାହାର ନାହିଁ , କିଏ ବା ସମସ୍ତ ସମୟ ସୁଖରେ ଅଛି  ।
୯.  ଵ୍ୟକ୍ତିର ଆଚରଣ ତାର କୁଳର ପରିଚୟ ଦେଇଥାଏ ।ଭାଷଣ ପ୍ରସଙ୍ଗ ଦେଶର କଥା ଜଣାଇଥାଏ ।ଆଦର ସତ୍କାର ଦ୍ଵାରା ପ୍ରେମ ସର୍ମ୍ପକ ଵ୍ୟକ୍ତିର ଚେହେରା ଦେଖି ତାର ଭୋଜନ ସର୍ମ୍ପକ ଜାଣିହୁଏ ।
୧୦. କନ୍ୟାର ବିବାହ ଉତ୍ତମ ସ୍ଥାନରେ ପୁତ୍ରର ଲେଖାପଢ଼ା ଉତ୍ତମ ଭାବରେ ମିତ୍ରଙ୍କୁ ଭଲକାର୍ଯ୍ୟ ରେ ଶତ୍ରୁଙ୍କୁ ମନ୍ଦ କାର୍ଯ୍ୟରେ ଲଗାଇବ 

Tuesday, 20 September 2022

ନୀତିକଥା : ତିନି

 ୧.    ପିତାଙ୍କଠାରେ ଭକ୍ତି ,ପିତୃଭକ୍ତି ପୋଷାକ ସେପରି ପୁତ୍ରକୁ ପିତା ଓ ମିତ୍ର ବିଶ୍ୱାସୀ ପାତ୍ର କହିବା, ସେହିହିଁ ପତ୍ନୀ ହୃଦୟ କୁ ଆନନ୍ଦ ଦେଇ ପାରନ୍ତି

୨.  ଦେଖିଲେ ଅମୃତର ବାଣୀ ପଛରେ କାର୍ଯ୍ୟକୁ  ବାଧା ଦେଉଥିବା ମିତ୍ରଙ୍କୁ ମୁଖରେ କ୍ଷୀର ରଖିଥିବା ବିଷପୂର୍ଣ୍ଣକୁମ୍ବ ସଦୃଶ ଭାବିବା ଓ ତ୍ୟାଗ କରିବା ଦରକାର 

୩.  କୁମିତ୍ର ଏବଂ ମିତ୍ରକୁ ବିଶ୍ୱାସ କରିବା ଉଚିତ ନୁହେଁ କାରଣ କ୍ରୋଧିତ ମିତ୍ର ନିଜର ଗୁପ୍ତ କଥାକୁ ପ୍ରକାଶ କରେ, ଏଥିରେ ସନ୍ଦେହ ନାହିଁ ।

୪.  ଯାହା ମନରେ ଭାବିବା ତାହା ପ୍ରକାଶ କରିବ ନାହିଁ ।ତାହାକୁ ମନ୍ତ୍ର ପରି ଗୋପନ ରଖିବ , ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରିବ ତାହାକୁ ଗୁପ୍ତରେ କରିବା ।

୫.  ମୁର୍ଖତା ଯୌବନ ଯେପରି କଷ୍ଟ ଦେଇଥାଏ ଅନ୍ୟର ଗୁହରେ ବାସ କରିବା ମଧ୍ୟ ସେହିପରି କଷ୍ଟ ଅଟେ ।

୬.  ପର୍ବତମାନଙ୍କର ମଣି ମାଣିକ୍ୟ , ସମସ୍ତ ହସ୍ତୀର ମସ୍ତକରୁ ମୁକ୍ତା ପ୍ରାପ୍ତି ହୁଏ ନାହିଁ ।ସଂସାରରେ ଏତେ ମନୁଷ୍ୟ ଥାଇ ମଧ୍ୟ ସମସ୍ତ ଅବସ୍ଥାରେ ସାଧୁ ପୁରୁଷର ଅଭାବ ଦେଖାଯାଏ, ସେହିପରି ସମସ୍ତ ବନରେ ଚନ୍ଦନ ବୃକ୍ଷ ଥିବା ବି ଅସମ୍ଭବ ।

୭.ପୁତ୍ରକୁ  ସଦା ସଦାଚାର ଶିଖାଇବା ବୁଦ୍ଧିମାନର କର୍ତ୍ତବ୍ୟ, କାରଣ ପୁତ୍ର ସଦାଚାରୀ ହୋଇଥିଲେ କୁଳର ମଙ୍ଗଳକର 

୮.  ବାଲ୍ୟକାଳେ ସନ୍ତାନମାନଙ୍କୁ ଶିକ୍ଷାଦାନ ନ କରେଇବା ପିତାମାତା ହିଁ ସନ୍ତାନମାନଙ୍କର ଶତ୍ରୁ ତୁଲ୍ୟ ।ହଂସ ମାନଙ୍କର ମଧ୍ୟରେ ବକ ମାନଙ୍କର ଯେପରି ଶୋଭା ପ୍ରାପ୍ତ ହୁଏ ନାହିଁ , ସେହିପରି ପଣ୍ଡିତ ମାନଙ୍କ ମଧ୍ୟରେ ମୂର୍ଖ ମାନଙ୍କର  ଶୋଭା ନିନ୍ଦା ପରି ହେବ 

୯.  ଅଧିକ ଆଦର ସ୍ନେହ ଲାଗି ଅନେକ ଦୋଷ ତାଡନାର ଦୋଷ ପ୍ରାପ୍ତି ହୋଇଥାଏ ।ତେଣୁ ପୁତ୍ର ଓ ଶିଷ୍ୟ କୁ ଆଦର କରିବା ଅନୁଚିତ କାରଣ ଏଠାରେ ତାଡନାର ଆବଶ୍ୟକତା ରହିଥାଏ 

୧୦. ଯେକୌଣସି ଶ୍ଳୋକ ବା ସେହି ଶ୍ଲୋକ ର ଅଧା ଅଥବା ତାହାର ଅଧା ଏପରିକି ସେହି ଶ୍ଲୋକର ଗୋଟିଏ ଅକ୍ଷର ବି ସମସ୍ତ ମନୁଷ୍ୟ ପକ୍ଷେ ମନେ ରଖିବା ଉଚିତ ।

Monday, 19 September 2022

ନୀତିକଥା : ଦୁଇ

୧.    ମହତ୍ତ୍ୱ ଯୋଗ୍ୟ କାର୍ଯ୍ୟକୁ ପଠାଇବା ବେଳେ ଚାକରକୁ ପରୀକ୍ଷା କରାଯାଏ । ଦୁଃଖରେ ପଡିବା ବେଳେ  ବନ୍ଧୁ  ବିପତ୍ତି ସମୟରେ ମିତ୍ରତା ଧନାହାନି ବେଳେ ସ୍ତ୍ରୀ କୁ ପରୀକ୍ଷା କରିବେ 

୨.   ରୋଗରେ ପଡିଲେ ଅସମୟେ ଶତ୍ରୁ ସଂକଟରେ ପଡିଲେ ରାଜ କାର୍ଯ୍ୟ ରେ ସାହାର୍ଯ୍ୟ କରିବାରେ ମୁତ୍ୟୁ ସମୟରେ ସ୍ମସାନ ଯେ ଉପସ୍ଥିତ ହୋଇଥାନ୍ତି ,ତାହାଙ୍କୁ ପ୍ରକୁତ ମିତ୍ର ବନ୍ଧୁ ଜାଣିବ

୩.   ଯେ ନିଶ୍ଚିତଳୁ ପରିତ୍ୟାଗ କରେ ,ଅନିଶ୍ଚିତ ପଛରେ ଧାଇଁଥାଏ ତାହା ନିଶ୍ଚୟ ନଷ୍ଟ ହୁଏ, କାରଣ ଅନିଶ୍ଚିତ ବେଳେ ବେଳେ ନଷ୍ଟ ହୋଇଥାଏ

୪.  ଯେଉଁମାନେ ବୁଦ୍ଧିମାନ ସେମାନେ ରୁପକୁ ବାଦ ଦେଇକୁଳିନ ଗୃହର କନ୍ୟାକୁ ବିବାହ କରିବା ଉଚିତ, ହେଲେ ନୀଚକୁଳର କନ୍ୟା ହୋଇ ସେ ଯଦି ରୂପବତୀ ତଥା ସୁଶିଳା ତଥାପି ସେ କନ୍ୟା କୁ ବିବାହ କରିବା ଉଚିତ ନୁହେଁ

୫.   ନଖଯୁକ୍ତ ହିଂସ୍ର ପଶୁ,ନଦୀ,ବିରାଟ ବିରାଟ ସିଂହା ଥିବାପଶୁ, ଶସ୍ତ୍ରଧାରୀ ବ୍ୟକ୍ତି ,ସ୍ତ୍ରୀ, ରାଜ ପରିବର୍ଗ ବ୍ୟକ୍ତିଙ୍କୁ ଆଦୌ  ବିଶ୍ୱାସ କରିବ ନାହିଁ

୬.   ବିଷ ମଧ୍ୟରୁ ଅମୃତ ଆବର୍ଜନା ମଧ୍ୟରୁ ସୁବର୍ଣ୍ଣକୁ ଗ୍ରହଣ କରିବ  ।ସେହିପରି ନୀଚ ଲୋକର ଉତ୍ତମ ବିଦ୍ୟା କୁ ଗ୍ରହଣ କରିବ । ଦୁଷ୍ଟ କୁଳରୁ ସ୍ତ୍ରୀରତ୍ନ  ଗ୍ରହଣ କରିବ

୭.   ପୁରୁଷମାନଙ୍କ ଠାରୁ ସ୍ତ୍ରୀ ମାନଙ୍କର ଆହାର ଦୁଇ ଗୁଣ , ସେହିପରି ଲଜ୍ୟା ଚାରିଗୁଣ ,ର୍ନିଭୟତା ଛଗୁଣ, କାମୋତ୍ତେଜନା ଆଠଗୁଣା ଅଟେ 

୮.  ମିଥ୍ୟା ଆଚରଣ ,ଛନ୍ଦକପଟ,ସାହସ ଅତିଶୟ ଲୋଭ,ପବିତ୍ର ହୀନତା ଏବଂ ନିର୍ଦୟତା ସ୍ତ୍ରୀ ମାନଙ୍କର ସ୍ଵଭାଵ ଗୁଣ ।

୯.   ନିଜର ବୋଲକରା ପୁତ୍ର,ବେଦଶାସ୍ତ୍ର ମତୀକା ପତ୍ନୀ, ସ୍ୱଧନରେ ସନ୍ତୁଷ୍ଟ ଵ୍ୟକ୍ତିର ଏହା ସମସ୍ତ ସ୍ୱର୍ଗ ସୁଖର ଫଳ

୧୦.   ଭୋଜ ନେମନ୍ତେ ଦ୍ରବ୍ୟ ଭୋଜନ ଭୋଜନ ରତିରେ ସୁଖ ସୁଶିଳା ସୁନ୍ଦରୀ ଜାୟାର ବୈଭଵ ଓ ଦାନାଦିଶକ୍ତି ପରି ସୁଖ ସାଧାରଣ ତପସ୍ୟା ର ଫଳ ନୁହେଁ

ନୀତିକଥା : ଏକ

 ୧.   ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ  ଏପରି ତିନି ଲୋକ
 ର ସ୍ୱାମୀ ଯେ ଭଗବାନ ବିଷ୍ଣୁ ତାଙ୍କର ପଦ୍ମଚରଣ ରେ 
ମଥାନତ କରି ଶାସ୍ତ୍ର ଜ୍ଞାନ ବର୍ଣ୍ଣନା କରୁଅଛି। 

୨.   ଧର୍ମ ଉପଦେଶ ଦେଇ କାର୍ଯ୍ୟ ଅକାର୍ଯ୍ୟ ଶୁଭାଶୁଭ 
ଏପରି ନୀତି ଶାସ୍ତ୍ରକୁ ପଠନ କରି ସେ ଠିକ ଭାବରେ
ଏହାକୁ ବୁଝିପାରେ  ସେହିହିଁ ସର୍ବଶ୍ରେଷ୍ଠ ମନୁଷ୍ୟ
 ଭାବରେ ପରିଗଣିତ 

୩.    ଲୋକମାନଙ୍କର ଯେଉଁଥିରେ  ହିତହେବ , 
ସେହି ଉଦ୍ଦେଶ୍ୟରେ ରାଜନୀତିରେ ରହସ୍ୟମୟ କଥା
ଉନ୍ମୋଚନ କରିବି ଯାହାକୁ ଜାଣିଲେ ଲୋକେ ନିଜକୁ 
ସର୍ଵଜ୍ଞ ମନେ କରିବବେ  

୪.    ମୂର୍ଖ ଶିଷ୍ୟକୁ ପଢ଼ାଇ ଦୁଷ୍ଟାପତ୍ନୀର ଭରଣ 
ପୋଷଣ କରିବା ଦୁଖିମାନଙ୍କ ସହ ବାସ କରିବା 
କାରଣରୁ ବିଦ୍ବାନ ବ୍ୟକ୍ତି ମଧ୍ୟ ଦୁଃଖ ଭୋଗ କରେ 

୫.   ଦୁଷ୍ଟା ସ୍ତ୍ରୀ ,ଶଠତାଯୁକ୍ତ ମିତ୍ର, ଉତ୍ତର ଦେଉଥିବା 
ଚାକର ସର୍ପବାସ କରୁଥିବା ଗୃହରେ ବାସ କରିବା 
ମୂର୍ତ୍ୟୁ ର କାରଣ ହୋଇଥାଏ ଏଥିରେ ସନ୍ଦେହ କରିବା 
ଅନାବଶ୍ୟକ 

୬.   ବିପଦ ସମୟ ନିମନ୍ତେ  ଧନସଂଚୟ, ଧନ ଠାରୁ 
ସ୍ତ୍ରୀ କୁ ରକ୍ଷା କରିବା ଉଚିତ ।କିନ୍ତୁ ନିଜକୁ ରକ୍ଷା କରିବା 
ନିମନ୍ତେ ଏମାନଙ୍କୁ ବଳିଦେବା କୁ  ପଛେଇବା ଉଚିତ ନୁହେଁ

୭.   ବିପଦ ଆପଦ ପାଇଁ ଧନ ସାଇତିବା ଉଚିତ  ।
ହେଲେ ଧନବାଦ ପାଇଁ ବିପଦ ଆସିବ କେଉଁଠୁ  ।
ସେଥିପାଇଁ କୁହାଯାଏ ଲକ୍ଷ୍ମୀ ଯେ ଚଞ୍ଚଳା  ।
ସେ କେତେବେଳେ ନଷ୍ଟ ହୋଇଯିବ ତାହା ଜଣାନଥାଏ
ଯଦି ତାହା ସତ୍ୟ ହୁଏ ତାହା ହେଲେ ସଂଚିତ ଧନ 
ମଧ୍ୟ ନଷ୍ଟ ହୋଇଯାଇପାରେ

୮.  ସମ୍ମାନ ଯେ ଦେଶରେ ନମିଳେ , ଯେଉଁଠାରେ 
ଜୀବିକା ମିଳେ ନାହିଁ ଯେଉଁ ସ୍ଥାନରେ ନିଜର ଆତ୍ମୀୟ
ମାନଙ୍କର ବାସ ନାହିଁ, ଯେଉଁ ସ୍ଥାନରେ ବିଦ୍ୟାଧୟନର
ସୁଯୋଗ ନାହିଁ , ସେପରି ସ୍ଥାନରେ ବାସ କରିବା ଉଚିତ
ନୁହେଁ  ।

୯.    ଯେଉଁ ସ୍ଥାନରେ ଧନୀ , ବେଦପାଠୀ ବିଦ୍ୟନ,
ରାଜା ,ବୈଦ୍ୟ ଏବଂ ନଦୀ ନଥିବ ,ଏପରି ସ୍ଥାନରେ ବାସ
କରିବା ଉଚିତ ନୁହେଁ 

୧୦.  ଯେଉଁ ଯେଉଁ ସ୍ଥାନରେ ଆଜୀବିକା ମିଳେ ନାହିଁ
ଯେଉଁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଭୟ ଲଜ୍ୟା 
ଦାନ ଦେବାର ଇଚ୍ଛା ଦେଖାଯାଏ ନାହିଁ ଏପରି ସ୍ଥାନରେ
ନିଜର ନିବାସ  ନିମନ୍ତେ ବାଛିବା ଉଚିତ ନୁହେଁ ।


ନୀତିକଥା : ଏଗାର

୧. ଯେପରି ଋଣି ପିତା ପୁତ୍ରର ଶତ୍ରୁ ସେହିପରି ବ୍ୟଭିଚାରିଣୀ ମାତା, ରୂପବତୀ ପତ୍ନୀ ଓ ମୂର୍ଖ ପୁତ୍ର ଶତ୍ରୁ ଅଟନ୍ତି । ୨. ଯେପରି ଲୋଭୀକୁ ଧନଦେଇ ସନ୍ତୁଷ୍ଟ କରାଯାଏ ସେହ...