ମଧ୍ୟ ପ୍ରତ୍ୟେକ ସ୍ଥିତିରେ ମନୁଷ୍ୟ ପାଳନ କରିଥାଏ
୨. ଶରୀର ଯେଯାଏ ସୁସ୍ଥଥିବ ସେଯାଏ ମୃତ୍ୟୁ ତାଠାରୁ ଦୂରରେ ଥିବ ।ସେହି ମଉକାରେ ଆତ୍ମାର କଲ୍ୟାଣ କରିବା ଉଚିତ ।କାରଣ ପ୍ରାଣର ଅନ୍ତ ହୋଇଗଲେ ପରେ ପଶ୍ଚାତାପ ହିଁ ରହିଯିବ
୩. ବିଦ୍ୟା ଓ କାମଧେନୁ ସମଗୁଣ ଯୁକ୍ତ।କାରଣ ସେ ମନ୍ଦରୁ ମନ୍ଦ ସମୟରେ ମଧ୍ୟ ସଙ୍ଗ ତ୍ୟାଗ କରି ଥାଏ।ସେହିପରି ଗୃହରୁ ବାହାରକୁ ଚାଲିଗଲେ ବି ତାହା ମାତାଙ୍କର କାମ ବି ତୁଲାଇଥାଏ ।ଏହା ଏକ ଗୁପ୍ତ ଧନ ସଦୃଶ ।ଏପରି ଧନକୁ କେହି ଦେଖିପାରେ ନାହିଁ
୪. ଗୋଟିଏ ବିଦ୍ୱାନ ପୁତ୍ର ସହସ୍ର ନିଷ୍କମା ଗୁଣ ହୀନ ପୁତ୍ରଙ୍କ ଠାରୁ ଭଲ, ଯେପରି ଏକହିଁ ଚନ୍ଦ୍ର ରାତ୍ରର ସମସ୍ତ ଅନ୍ଧକାରକୁ ଦୂର କରିଥାଏ
୫. ମୂର୍ଖ ପୁତ୍ର ଅଧିକ ଦିନ ବଞ୍ଚିବା ଅପେକ୍ଷା ଶିଘ୍ର ମରିଯିବା ଉତ୍ତମ କାରଣ ପୁତ୍ରର ମୃତ୍ୟୁ ଲାଗିଥରେ ମାତ୍ର ଦୁଖ କରିବାକୁ ହୋଇଥାଏ ।କିନ୍ତୁ ସେପରି ପୁତ୍ର ବଞ୍ଚି ରହିଲେ ସାରାଜୀବନ ଦୁଃଖ ଓ କନ୍ଦାଇଥାଏ ।
୬. ଦୁଷ୍ଟଜନଙ୍କ ଗ୍ରାମେ ବାସ କୁହଳହୀନ ବ୍ୟକ୍ତିର ସେବା କୁଭୋଜନ, କର୍କଶବାଣୀ ଯୁକ୍ତ ଭାର୍ଯ୍ୟା, ମୂର୍ଖ ପୁତ୍ର ଆଉ ବିଧବା କନ୍ୟା ଏମାନେ ବିନା ଅଗ୍ନିରେ ଜଳାଇ ମାରିବା ସଦୃଶ ।
୭. ଯେଉଁ ଗାଈ ଦୁଗ୍ଧ ଦିଏ ନାହିଁ କି ଗର୍ଭ ଧାରଣ କରେ ନାହିଁ ସେପରି ଗାଈ ଥାଇ ମୂଲ୍ୟ କ’ଣ ? ସେହିପରି ପୁତ୍ର ନୁହେଁ ବିଦ୍ୱାନ ନୁହେଁ ଈଶ୍ବର ଉକ୍ତ ସେପରି ପୁତ୍ର ଜନ୍ମରେ ଲାଭ କ’ଣ ?
୮. ସଂସାର ଜଂଜାଳରେ ଜଳୁଥିବା ବ୍ୟକ୍ତିମାନଙ୍କୁ ତିନୋଟି ବସ୍ତୁ ଶାନ୍ତି ଦେଇଥାଏ । ସେମାନେ ହେଲେ ସନ୍ତାନ, ଜାୟା ଓ ସଜ୍ଜନ ସଙ୍ଗ ବା ସତସଙ୍ଗ
୯. ରାଜାମାନେ ଥରେ ମାତ୍ର ଆଦେଶ ଦିଅନ୍ତି, ପଣ୍ଡିତମାନେ ଥରେ ମାତ୍ର କହନ୍ତି, କନ୍ୟାଦାନ ଥରେ ମାତ୍ର କରାଯାଇଥାଏ ।
୧୦. ତପସ୍ୟା ଏକା ପଢ଼ିବା, ଦୁଇଜଣ ଗୀତ ଗାଇବା ତିନିଜଣ, ମାର୍ଗଗମନରେ ଚାରିଜଣ, କୃଷିକ୍ଷେତ୍ରେ ପାଞ୍ଚଜଣ ନିଯୁକ୍ତ ପରି ଯୁଦ୍ଧରେ
ଏକାଧିକ ବ୍ୟକ୍ତି ଥିବା ଉଚିତ୍ ।
No comments:
Post a Comment