୧. ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏପରି ତିନି ଲୋକ
ର ସ୍ୱାମୀ ଯେ ଭଗବାନ ବିଷ୍ଣୁ ତାଙ୍କର ପଦ୍ମଚରଣ ରେ
ମଥାନତ କରି ଶାସ୍ତ୍ର ଜ୍ଞାନ ବର୍ଣ୍ଣନା କରୁଅଛି।
୨. ଧର୍ମ ଉପଦେଶ ଦେଇ କାର୍ଯ୍ୟ ଅକାର୍ଯ୍ୟ ଶୁଭାଶୁଭ
ଏପରି ନୀତି ଶାସ୍ତ୍ରକୁ ପଠନ କରି ସେ ଠିକ ଭାବରେ
ଏହାକୁ ବୁଝିପାରେ ସେହିହିଁ ସର୍ବଶ୍ରେଷ୍ଠ ମନୁଷ୍ୟ
ଭାବରେ ପରିଗଣିତ
୩. ଲୋକମାନଙ୍କର ଯେଉଁଥିରେ ହିତହେବ ,
ସେହି ଉଦ୍ଦେଶ୍ୟରେ ରାଜନୀତିରେ ରହସ୍ୟମୟ କଥା
ଉନ୍ମୋଚନ କରିବି ଯାହାକୁ ଜାଣିଲେ ଲୋକେ ନିଜକୁ
ସର୍ଵଜ୍ଞ ମନେ କରିବବେ
୪. ମୂର୍ଖ ଶିଷ୍ୟକୁ ପଢ଼ାଇ ଦୁଷ୍ଟାପତ୍ନୀର ଭରଣ
ପୋଷଣ କରିବା ଦୁଖିମାନଙ୍କ ସହ ବାସ କରିବା
କାରଣରୁ ବିଦ୍ବାନ ବ୍ୟକ୍ତି ମଧ୍ୟ ଦୁଃଖ ଭୋଗ କରେ
୫. ଦୁଷ୍ଟା ସ୍ତ୍ରୀ ,ଶଠତାଯୁକ୍ତ ମିତ୍ର, ଉତ୍ତର ଦେଉଥିବା
ଚାକର ସର୍ପବାସ କରୁଥିବା ଗୃହରେ ବାସ କରିବା
ମୂର୍ତ୍ୟୁ ର କାରଣ ହୋଇଥାଏ ଏଥିରେ ସନ୍ଦେହ କରିବା
ଅନାବଶ୍ୟକ
୬. ବିପଦ ସମୟ ନିମନ୍ତେ ଧନସଂଚୟ, ଧନ ଠାରୁ
ସ୍ତ୍ରୀ କୁ ରକ୍ଷା କରିବା ଉଚିତ ।କିନ୍ତୁ ନିଜକୁ ରକ୍ଷା କରିବା
ନିମନ୍ତେ ଏମାନଙ୍କୁ ବଳିଦେବା କୁ ପଛେଇବା ଉଚିତ ନୁହେଁ
୭. ବିପଦ ଆପଦ ପାଇଁ ଧନ ସାଇତିବା ଉଚିତ ।
ହେଲେ ଧନବାଦ ପାଇଁ ବିପଦ ଆସିବ କେଉଁଠୁ ।
ସେଥିପାଇଁ କୁହାଯାଏ ଲକ୍ଷ୍ମୀ ଯେ ଚଞ୍ଚଳା ।
ସେ କେତେବେଳେ ନଷ୍ଟ ହୋଇଯିବ ତାହା ଜଣାନଥାଏ
ଯଦି ତାହା ସତ୍ୟ ହୁଏ ତାହା ହେଲେ ସଂଚିତ ଧନ
ମଧ୍ୟ ନଷ୍ଟ ହୋଇଯାଇପାରେ
୮. ସମ୍ମାନ ଯେ ଦେଶରେ ନମିଳେ , ଯେଉଁଠାରେ
ଜୀବିକା ମିଳେ ନାହିଁ ଯେଉଁ ସ୍ଥାନରେ ନିଜର ଆତ୍ମୀୟ
ମାନଙ୍କର ବାସ ନାହିଁ, ଯେଉଁ ସ୍ଥାନରେ ବିଦ୍ୟାଧୟନର
ସୁଯୋଗ ନାହିଁ , ସେପରି ସ୍ଥାନରେ ବାସ କରିବା ଉଚିତ
ନୁହେଁ ।
୯. ଯେଉଁ ସ୍ଥାନରେ ଧନୀ , ବେଦପାଠୀ ବିଦ୍ୟନ,
ରାଜା ,ବୈଦ୍ୟ ଏବଂ ନଦୀ ନଥିବ ,ଏପରି ସ୍ଥାନରେ ବାସ
କରିବା ଉଚିତ ନୁହେଁ
୧୦. ଯେଉଁ ଯେଉଁ ସ୍ଥାନରେ ଆଜୀବିକା ମିଳେ ନାହିଁ
ଯେଉଁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଭୟ ଲଜ୍ୟା
ଦାନ ଦେବାର ଇଚ୍ଛା ଦେଖାଯାଏ ନାହିଁ ଏପରି ସ୍ଥାନରେ
ନିଜର ନିବାସ ନିମନ୍ତେ ବାଛିବା ଉଚିତ ନୁହେଁ ।
No comments:
Post a Comment