Wednesday, 5 October 2022

ନୀତିକଥା : ନଅ

୧. ଯେ ପର୍ଯ୍ୟନ୍ତ ବିପଦ ଆପଦ ସଂକଟ ଦୂରରେ ଥିବ ସେ ପର୍ଯ୍ୟନ୍ତ ଭୟ କରିବ ତାହା ସନ୍ନିକଟ ହୋଇଗଲେ ବାଧା ଦେବା ଦରକାର ।

୨. ଗୋଟିଏ ମାତୃ ପେଟରୁ ଗୋଟିଏ ନକ୍ଷତ୍ରରେ ଜନ୍ମ ହୋଇଥିଲେ ଦୁଇଙ୍କର ସ୍ବଭାବ ଏକା ହୁଏ ନାହିଁ, ଯେପରି କଣ୍ଟକିତ ବରକୋଳି ଗଛ ଓ ତାହାର ଫଳ ।
୩. ବ୍ରହ୍ମଜ୍ଞାନୀକୁ ସ୍ୱର୍ଗପ୍ରାପ୍ତି ଯେପରି ତୁଚ୍ଛ, ବୀରକୁ ଜୀବନ ତୁଚ୍ଛ,ସଂଯମୀଙ୍କୁ ସ୍ତ୍ରୀ ତୁଚ୍ଛ, ସେହିପରି ନିସ୍ପୃହ ବ୍ୟକ୍ତିର ସଂସାର ତୁଚ୍ଛ ।

୪. ଯେପରି ଗୃହେ ବାହ୍ୟରେ ବ୍ୟକ୍ତି ଲାଗି ବିଦ୍ୟା ମିତ୍ର ଗୃହେ ପତ୍ନୀମିତ୍ର ରୋଗୀର ଔଷଧ ମିତ୍ର ସେହିପରି ବ୍ୟକ୍ତିର ମୃତ୍ୟୁ ପରେ ଧର୍ମ କରିଥିଲେ ତାହାର ମିତ୍ର ହୋଇଥାଏ ।

୫. ଯେପରି ସାଗରକୁ ବର୍ଷା ହେବା ବୃଥା, ତୃଷ୍ଣ ବ୍ୟକ୍ତିଙ୍କୁ ଭୋଜନ ବୃଥା, ଧନୀକୁ ଦାନଦେବା ବୃଥା ସେହିପରି ଦିବସ କାଳରେ ଦୀପ ପ୍ରଜ୍ବଳନ କରିବା ବୃଥା ନୁହଁକି ।
୬. ବାଦଲ ସମାନ ଢଳ, ନିଜର ଶରୀର ସାମାର୍ଯ୍ୟ ସମାନ ବଳ ଚକ୍ଷୁ ସମାନ ଜ୍ୟୋତି ଅନ୍ନ ସମ୍ମାନ ପ୍ରିୟ ସମାନ ଆଉ କେହି ନାହିଁ ।

୭. ନିର୍ଧନ ଯେପରି ଧନ କାମନା ପଶୁର କାମନା କଥା କହିବା,ମନୁଷ୍ୟର କାମନା ସ୍ଵର୍ଗପ୍ରାପ୍ତି ସେହି ପରି ସ୍ୱର୍ଗରେ ରହୁଥିବା ଦେବତାମାନଙ୍କର କାମନା ମୋକ୍ଷ ପ୍ରାପ୍ତି ।
୮.ଯେପରି ସତ୍ୟକୁ ପୃଥବୀ ଧାରଣ କରିଥାଏ । ସେହିପରି ସତ୍ୟକୁ ସୂର୍ଯ୍ୟର ଉତ୍ପତ, ସତ୍ୟରୁ ହିଁ ବାୟୁ ବହିଥାଏ, ଯାହା କିଛି ପୃଥିବୀର ଦେଖୁଛ ସେସବୁ ସତ୍ୟରୁ ସମ୍ଭବ ହୋଇଛି ।
୯. ଲକ୍ଷ୍ମୀ ଯେପରି ଚଞ୍ଚଳା ସେହିପରି ପ୍ରାଣ ଜୀବନ ଶରୀର ଏ ସମସ୍ତ ଶୀଘ୍ର ନଷ୍ଟ ହୋଇଯାଇଥାଏ । କିନ୍ତୁ ସଂସାରରେ କେବଳ ଧର୍ମ
ହିଁ ନିଶ୍ଚଳ 
୧୦. ଯେପରି ମନୁଷ୍ୟମାନଙ୍କ ମଧ୍ୟରେ ନାପିତ ଧୂର, ସେହିପରି ପକ୍ଷୀମାନଙ୍କ ମଧ୍ୟରେ କୁପଶୁମାନଙ୍କ ମଧ୍ଯ ଶୃଗାଳ ସ୍ତ୍ରୀମାନଙ୍କ ମଧ୍ୟରେ
ମାଲ୍ୟାଣି ଧୂର୍ତ୍ତ ଅଟେ ।

No comments:

Post a Comment

ନୀତିକଥା : ଏଗାର

୧. ଯେପରି ଋଣି ପିତା ପୁତ୍ରର ଶତ୍ରୁ ସେହିପରି ବ୍ୟଭିଚାରିଣୀ ମାତା, ରୂପବତୀ ପତ୍ନୀ ଓ ମୂର୍ଖ ପୁତ୍ର ଶତ୍ରୁ ଅଟନ୍ତି । ୨. ଯେପରି ଲୋଭୀକୁ ଧନଦେଇ ସନ୍ତୁଷ୍ଟ କରାଯାଏ ସେହ...