୨.ପକ୍ଷୀମାନଙ୍କ ମଧ୍ୟରେ କୁଆ ପଶୁମାନଙ୍କ ମଧ୍ୟରେ କୁକୁର, ମୁନିମାନଙ୍କ ମଧ୍ୟରେ ଯେପରି ପାପୀ ସେହିପରି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଚଣ୍ଡାଳ ନିନ୍ଦୁକ ।
୩.ଯେପରି କଂସା ଭସ୍ମ ଦ୍ବାରା ତମ୍ବା ଅମ୍ଳ ଦ୍ବାରା, ନାରୀ ରଜସ୍ଵଳା ହେଲେ ଶୁଦ୍ଧ ହୋଇଥାଏ, ସେହିପରି ନଦୀ ନିଜର ପ୍ରଖର ବେଗ ଦ୍ଵାରା ଶୁଦ୍ଧ ହୋଇଥାଏ ।
୪. ଯେପରି ରାଜା ଭ୍ରମଣ କରିବା ବ୍ରାହ୍ମଣ ଓ ଭ୍ରମଣ କରୁଥିବା ଯୋଗୀକୁ ପୂଜା ମିଳେ ସେହି ଭ୍ରମଣ କରୁଥିବା ସ୍ତ୍ରୀ ଶୀଘ୍ର ନଷ୍ଟହୋଇଥାଏ ।
୫. ଯେଉଁ ବ୍ୟକ୍ତି ନିକଟରେ ଅଧନ ଅଛି ତାହାର ସମସ୍ତ ଲୋକ ବଳେ ବଳେ ମିତ୍ର ହୋଇଯାଆନ୍ତି । ବଂଧୁ ବାଂଧବମାନେ ତାଙ୍କୁ ଜଗିରହିଛି । ଆଉ ସେହି ବ୍ୟକ୍ତିଙ୍କୁ ସମସ୍ତେ ବିଦ୍ୱାନ ଓ ସମ୍ମାନୀୟ ବ୍ୟକ୍ତିଭାବରେ ବିବେଚନା କରନ୍ତି ।
୬. ଯେ ଯେପରି ଭାଗ୍ୟ ନେଇ ଜନ୍ମ ହୋଇଥାଏ ତାହାର ସେହିପରି ବୃଦ୍ଧି ହୋଇଥାଏ । କାର୍ଯ୍ୟ ମଧ୍ୟ ସେହିପରି ମିଳିଥାଏ ପୁନଶ୍ଚ ତାର ସହଯୋଗୀ ମିତ୍ର ବଂଧୁ ସେହି ଭାଗ୍ୟାନୁରୂପରେ ମିଳିଥାଆନ୍ତି ।
୭. ଯେପରି କାଳ ଦ୍ବାରା ମନୁଷ୍ୟମାନେ ଗ୍ରାସ ହୁଅନ୍ତି ସେହିପରିକାଳ ସୃଷ୍ଟିର ବିନାଶ କରିଥାଏ । ଆଉ ମଧ୍ୟ ପ୍ରାଣୀର ନିଦ୍ରା ସମୟରେ
ବି କାଳ ସେମାନଙ୍କ ନିକଟରେ ଉପସ୍ଥିତ ଥାଏ । ତାହାକୁ କିନ୍ତୁ କେହି ଅତିକ୍ରମ କରିପାରନ୍ତି ନାହିଁ
୮. ଯେପରି ଜନ୍ମାନ୍ଧକୁ କିଛି ଦୃଶ୍ୟ ହୁଏ ନାହିଁ, ସେହିପରି କାମାନ୍ଧମଧ୍ୟ ଉନ୍ମତ ନିଶାରେ କିଛି ଜାଣିପାରେ ନାହିଁ ଆଉ ଯେଉଁମାନେସ୍ଵାର୍ଥପର ତାକୁ କୌଣସି ଦୋଷ ଦେଖ୍ ପାରେ ନାହିଁ
୯. ପ୍ରାଣୀ ନିଜ ଦ୍ବାରା ଯେପରି କର୍ମ କରେ ସେପରି ଫଳପାଇଥାଏ । ପୁନଶ୍ଚ ନିଜେ ଯେପରି ସଂସାର ଭ୍ରମଣ କରେ ସେପରି ମୁକ୍ତି ମଧ୍ୟ ତାକୁ ମିଳିଥାଏ ।
୧୦. ରାଷ୍ଟ୍ର ଦ୍ୱାରା ସୃଷ୍ଟ ପାପ ରାଜାଙ୍କୁ ଭୋଗିବାକୁ ପଡ଼େ ସେହିପରିରାଜାଙ୍କର ପାପକୁ ପୁରୋହିତ, ପତ୍ନୀଙ୍କ ପାପକୁ ସ୍ଵାମୀ ଓ ଶିଷ୍ୟର ପାପକୁ ଗୁରୁହିଁ ଭୋଗ କରିଥାଆନ୍ତି ।