Monday, 10 October 2022

ନୀତିକଥା : ଦଶ

୧. ଶୁଣି ଶୁଣି ମନୁଷ୍ୟର ଧର୍ମ ଜ୍ଞାନ ଉତ୍ପନ୍ନ ହୋଇଥାଏ ଓ ଦୁର୍ବୁଦ୍ଧିକୁ ତ୍ୟାଗକରେ ପୁନଶ୍ଚ ଜ୍ଞାନ ପ୍ରାପ୍ତି ହୁଏ, ଜ୍ଞାନପ୍ରାପ୍ତି ହେଲେ ମୋକ୍ଷ ବି ହୋଇଥାଏ ।

୨.ପକ୍ଷୀମାନଙ୍କ ମଧ୍ୟରେ କୁଆ ପଶୁମାନଙ୍କ ମଧ୍ୟରେ କୁକୁର, ମୁନିମାନଙ୍କ ମଧ୍ୟରେ ଯେପରି ପାପୀ ସେହିପରି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଚଣ୍ଡାଳ ନିନ୍ଦୁକ ।

୩.ଯେପରି କଂସା ଭସ୍ମ ଦ୍ବାରା ତମ୍ବା ଅମ୍ଳ ଦ୍ବାରା, ନାରୀ ରଜସ୍ଵଳା ହେଲେ ଶୁଦ୍ଧ ହୋଇଥାଏ, ସେହିପରି ନଦୀ ନିଜର ପ୍ରଖର ବେଗ ଦ୍ଵାରା ଶୁଦ୍ଧ ହୋଇଥାଏ ।

୪. ଯେପରି ରାଜା ଭ୍ରମଣ କରିବା ବ୍ରାହ୍ମଣ ଓ ଭ୍ରମଣ କରୁଥିବା ଯୋଗୀକୁ ପୂଜା ମିଳେ ସେହି ଭ୍ରମଣ କରୁଥିବା ସ୍ତ୍ରୀ ଶୀଘ୍ର ନଷ୍ଟହୋଇଥାଏ ।

୫. ଯେଉଁ ବ୍ୟକ୍ତି ନିକଟରେ ଅଧନ ଅଛି ତାହାର ସମସ୍ତ ଲୋକ ବଳେ ବଳେ ମିତ୍ର ହୋଇଯାଆନ୍ତି । ବଂଧୁ ବାଂଧବମାନେ ତାଙ୍କୁ ଜଗିରହିଛି । ଆଉ ସେହି ବ୍ୟକ୍ତିଙ୍କୁ ସମସ୍ତେ ବିଦ୍ୱାନ ଓ ସମ୍ମାନୀୟ ବ୍ୟକ୍ତିଭାବରେ ବିବେଚନା କରନ୍ତି ।

୬. ଯେ ଯେପରି ଭାଗ୍ୟ ନେଇ ଜନ୍ମ ହୋଇଥାଏ ତାହାର ସେହିପରି ବୃଦ୍ଧି ହୋଇଥାଏ । କାର୍ଯ୍ୟ ମଧ୍ୟ ସେହିପରି ମିଳିଥାଏ ପୁନଶ୍ଚ ତାର ସହଯୋଗୀ ମିତ୍ର ବଂଧୁ ସେହି ଭାଗ୍ୟାନୁରୂପରେ ମିଳିଥାଆନ୍ତି ।

୭. ଯେପରି କାଳ ଦ୍ବାରା ମନୁଷ୍ୟମାନେ ଗ୍ରାସ ହୁଅନ୍ତି ସେହିପରିକାଳ ସୃଷ୍ଟିର ବିନାଶ କରିଥାଏ । ଆଉ ମଧ୍ୟ ପ୍ରାଣୀର ନିଦ୍ରା ସମୟରେ
ବି କାଳ ସେମାନଙ୍କ ନିକଟରେ ଉପସ୍ଥିତ ଥାଏ । ତାହାକୁ କିନ୍ତୁ କେହି ଅତିକ୍ରମ କରିପାରନ୍ତି ନାହିଁ

୮. ଯେପରି ଜନ୍ମାନ୍ଧକୁ କିଛି ଦୃଶ୍ୟ ହୁଏ ନାହିଁ, ସେହିପରି କାମାନ୍ଧମଧ୍ୟ ଉନ୍ମତ ନିଶାରେ କିଛି ଜାଣିପାରେ ନାହିଁ ଆଉ ଯେଉଁମାନେସ୍ଵାର୍ଥପର ତାକୁ କୌଣସି ଦୋଷ ଦେଖ୍ ପାରେ ନାହିଁ 

୯. ପ୍ରାଣୀ ନିଜ ଦ୍ବାରା ଯେପରି କର୍ମ କରେ ସେପରି ଫଳପାଇଥାଏ । ପୁନଶ୍ଚ ନିଜେ ଯେପରି ସଂସାର ଭ୍ରମଣ କରେ ସେପରି ମୁକ୍ତି ମଧ୍ୟ ତାକୁ ମିଳିଥାଏ ।

୧୦. ରାଷ୍ଟ୍ର ଦ୍ୱାରା ସୃଷ୍ଟ ପାପ ରାଜାଙ୍କୁ ଭୋଗିବାକୁ ପଡ଼େ ସେହିପରିରାଜାଙ୍କର ପାପକୁ ପୁରୋହିତ, ପତ୍ନୀଙ୍କ ପାପକୁ ସ୍ଵାମୀ ଓ ଶିଷ୍ୟର ପାପକୁ ଗୁରୁହିଁ ଭୋଗ କରିଥାଆନ୍ତି ।

Wednesday, 5 October 2022

ନୀତିକଥା : ନଅ

୧. ଯେ ପର୍ଯ୍ୟନ୍ତ ବିପଦ ଆପଦ ସଂକଟ ଦୂରରେ ଥିବ ସେ ପର୍ଯ୍ୟନ୍ତ ଭୟ କରିବ ତାହା ସନ୍ନିକଟ ହୋଇଗଲେ ବାଧା ଦେବା ଦରକାର ।

୨. ଗୋଟିଏ ମାତୃ ପେଟରୁ ଗୋଟିଏ ନକ୍ଷତ୍ରରେ ଜନ୍ମ ହୋଇଥିଲେ ଦୁଇଙ୍କର ସ୍ବଭାବ ଏକା ହୁଏ ନାହିଁ, ଯେପରି କଣ୍ଟକିତ ବରକୋଳି ଗଛ ଓ ତାହାର ଫଳ ।
୩. ବ୍ରହ୍ମଜ୍ଞାନୀକୁ ସ୍ୱର୍ଗପ୍ରାପ୍ତି ଯେପରି ତୁଚ୍ଛ, ବୀରକୁ ଜୀବନ ତୁଚ୍ଛ,ସଂଯମୀଙ୍କୁ ସ୍ତ୍ରୀ ତୁଚ୍ଛ, ସେହିପରି ନିସ୍ପୃହ ବ୍ୟକ୍ତିର ସଂସାର ତୁଚ୍ଛ ।

୪. ଯେପରି ଗୃହେ ବାହ୍ୟରେ ବ୍ୟକ୍ତି ଲାଗି ବିଦ୍ୟା ମିତ୍ର ଗୃହେ ପତ୍ନୀମିତ୍ର ରୋଗୀର ଔଷଧ ମିତ୍ର ସେହିପରି ବ୍ୟକ୍ତିର ମୃତ୍ୟୁ ପରେ ଧର୍ମ କରିଥିଲେ ତାହାର ମିତ୍ର ହୋଇଥାଏ ।

୫. ଯେପରି ସାଗରକୁ ବର୍ଷା ହେବା ବୃଥା, ତୃଷ୍ଣ ବ୍ୟକ୍ତିଙ୍କୁ ଭୋଜନ ବୃଥା, ଧନୀକୁ ଦାନଦେବା ବୃଥା ସେହିପରି ଦିବସ କାଳରେ ଦୀପ ପ୍ରଜ୍ବଳନ କରିବା ବୃଥା ନୁହଁକି ।
୬. ବାଦଲ ସମାନ ଢଳ, ନିଜର ଶରୀର ସାମାର୍ଯ୍ୟ ସମାନ ବଳ ଚକ୍ଷୁ ସମାନ ଜ୍ୟୋତି ଅନ୍ନ ସମ୍ମାନ ପ୍ରିୟ ସମାନ ଆଉ କେହି ନାହିଁ ।

୭. ନିର୍ଧନ ଯେପରି ଧନ କାମନା ପଶୁର କାମନା କଥା କହିବା,ମନୁଷ୍ୟର କାମନା ସ୍ଵର୍ଗପ୍ରାପ୍ତି ସେହି ପରି ସ୍ୱର୍ଗରେ ରହୁଥିବା ଦେବତାମାନଙ୍କର କାମନା ମୋକ୍ଷ ପ୍ରାପ୍ତି ।
୮.ଯେପରି ସତ୍ୟକୁ ପୃଥବୀ ଧାରଣ କରିଥାଏ । ସେହିପରି ସତ୍ୟକୁ ସୂର୍ଯ୍ୟର ଉତ୍ପତ, ସତ୍ୟରୁ ହିଁ ବାୟୁ ବହିଥାଏ, ଯାହା କିଛି ପୃଥିବୀର ଦେଖୁଛ ସେସବୁ ସତ୍ୟରୁ ସମ୍ଭବ ହୋଇଛି ।
୯. ଲକ୍ଷ୍ମୀ ଯେପରି ଚଞ୍ଚଳା ସେହିପରି ପ୍ରାଣ ଜୀବନ ଶରୀର ଏ ସମସ୍ତ ଶୀଘ୍ର ନଷ୍ଟ ହୋଇଯାଇଥାଏ । କିନ୍ତୁ ସଂସାରରେ କେବଳ ଧର୍ମ
ହିଁ ନିଶ୍ଚଳ 
୧୦. ଯେପରି ମନୁଷ୍ୟମାନଙ୍କ ମଧ୍ୟରେ ନାପିତ ଧୂର, ସେହିପରି ପକ୍ଷୀମାନଙ୍କ ମଧ୍ୟରେ କୁପଶୁମାନଙ୍କ ମଧ୍ଯ ଶୃଗାଳ ସ୍ତ୍ରୀମାନଙ୍କ ମଧ୍ୟରେ
ମାଲ୍ୟାଣି ଧୂର୍ତ୍ତ ଅଟେ ।

Sunday, 2 October 2022

ନୀତିକଥା : ଆଠ

୧. ଯେ ପତ୍ନୀ ପବିତ୍ର କୁଶଳୀ, ପତିବ୍ରତା, ଯେଉଁ ପତ୍ନୀଙ୍କରପଢିଙ୍କଠାରେ ପ୍ରୀତି ଆଉ ସେହି, ପତ୍ନୀ ଯିଏ ପଡିଙ୍କୁ ସତ୍ୟ କହୁଥାଏ ।

୨. ପୁତ୍ରହୀନର ଗୃହଶୂନ୍ୟ, ଭାତ ଚୀନର ଦିଗ ଶୂନ୍ୟ, ମୂର୍ଖ ଲୋକର ହୃହମ ଶୂନ୍ୟ ପରି ନିର୍ଜନ ବ୍ୟକ୍ତିର ସମସ୍ତ ଶୂନ୍ୟ ଅଟେ ।

୩. ଦରିଦ୍ରସ୍ୟ ବିଷ ଗୋଷ୍ଠୀ ବୃଦସ୍ୟ ତରୁଣୀ ବିଷମ ।ସୁସ୍ନାଦୁ ଭୋଜନ ଯେପରି ବଦହଜମିର କାରଣ ହୋଇ ବିଷ। ପରି କ୍ଷତି କରେ ସେହିପରି ନିରନ୍ତର ଅଭ୍ୟାସ ନଥିଲେ ଶାସ୍ତ୍ରଜ୍ଞାନ ମଧ୍ୟ
ମନୁ ନିମନ୍ତେ ବିଷ ହୋଇଯାଏ । ଯେପରି ନିର୍ଜନ ବ୍ୟକ୍ତି ପକ୍ଷେ ସଭାସମିତି ବିଷ ତୁଲ୍ୟ ସେହିପରି ବୃଦ୍ଧାକାଳରେ ତରୁଣୀ ଭାର୍ଯ୍ୟା ବିଷତୁଲ୍ୟ ଅଟେ ।

୪. ଯେଉଁ ଧର୍ମରେ ଦୟାର ସ୍ଥାନ ନାହିଁ ତାହାକୁ ତ୍ୟାଗ କରିବ ।ସେହିପରି ଗୁରୁ ବିଦ୍ୟାହୀନ, କ୍ରୋଧୂ ପତ୍ନୀ ଆଉ ଯେଉଁ ବଂଧୁଙ୍କର ସ୍ନେହ ଆଦର ନାହିଁ ତାହାକୁ ହିଁ ତ୍ୟାଗ କରିବେ ।

୫.ଚଲାରେ ଥକ୍‌ ମରା ମନୁଷ୍ୟ, ବଂଧା ହୋଇ ରହିଥିବା ଅଶ୍ୱ, ମୈଥୁନ ଶକ୍ତି ନଥିବା ସ୍ତ୍ରୀ, ଖରା ଦ୍ଵାରା ସୁଖ୍ୟାଇଥିବା ବସ୍ତ୍ର, ବୁଦ୍ଧ ବାଜରା ତୁଲ୍ୟ ଅଟନ୍ତି ।

୬. ବର୍ତ୍ତମାନର କାଳ ମୋର କିଏ ମିତ୍ର ମୋର ଆୟ କେତେ, ମୁଁ କାହାର ମୋର କି ଶକ୍ତି ଅଛି ଏହାକୁ ସଦାସର୍ବଦା ଚିନ୍ତା କରିବା ଉଚିତ୍ ।

୭. ଯେ ଜନ୍ମ ଦେଲେ ଯେ ଉପନ୍ନୟନ ଦେଇ ସଂସ୍କାର କରାଇଲେ ଯାହାଙ୍କ ଦ୍ଵାରା ଶିକ୍ଷାପ୍ରାପ୍ତି ହୋଇଛି, ଯାହାଙ୍କ ଅନ୍ତରେ ପ୍ରତିପାଳିତ
ଯିଏ ଭୟତ୍ରାତା ଏମାନେ ନିଜର ପିତା ତୁଲ୍ୟ ବ୍ୟକ୍ତି ।

୮. ରାଜା, ଗୁରୁମିତ୍ରମାନଙ୍କର ପତ୍ନୀ, ଶାଶୁ ଓ ନିଜର ମାତା ସଂସ୍କାରର ଏହିପରି ପଞ୍ଚମାତା ଜାଣିବ ।

୯. ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏମାନେ ଅଗ୍ନି ତୁଲ୍ୟ ଗୁରୁ, ତହିଁମନ୍ତେ ବ୍ରାହ୍ମଣ ଅତିରିକ୍ତ ଗୁରୁ ଓ ସେହିପରି ପତ୍ନୀମାନଙ୍କର ପଡିଗୁରୁ ଓ ଗୃହକୁ
ଆସିଥୁବା ଅତିଥୁ ସମସ୍ତଙ୍କର ଗୁରୁ ଅଟନ୍ତି ।

୧୦.ଘର୍ଷଣ, ବର୍ଗନ, ଚନ୍ଦନ ଓ ପିଟଣ ଏପରି ଚାରିଗୋଟି ପରୀକ୍ଷାଦ୍ୱାରା ଯେପରି ଲୌହର ପରୀକ୍ଷା କରାଯାଇଥାଏ । ସେହିପରି ପୁରୁଷର
ପରୀକ୍ଷା ତ୍ୟାଗ, ଶୀଳ, ଗୁଣ ଓ କର୍ମ ଦ୍ବାରା କରାଯାଇଥାଏ ।

Saturday, 1 October 2022

ନୀତିକଥା : ସାତ

୧ . ଧ୍ୟାନ ଓ ସ୍ପର୍ଶ ଦ୍ୱାରା ମାଛ ମାଦା କଛପ ଓ ପକ୍ଷୀ ଯେପରି ପିଲାମାନଙ୍କର ପାଳନ କର୍ମାନୟରେ କରିଥାନ୍ତି , ସେହିପରି ସତସଙ୍ଗୀ
ମଧ୍ୟ ପ୍ରତ୍ୟେକ ସ୍ଥିତିରେ ମନୁଷ୍ୟ ପାଳନ କରିଥାଏ

୨. ଶରୀର ଯେଯାଏ ସୁସ୍ଥଥିବ ସେଯାଏ ମୃତ୍ୟୁ ତାଠାରୁ ଦୂରରେ ଥିବ ।ସେହି ମଉକାରେ ଆତ୍ମାର କଲ୍ୟାଣ କରିବା ଉଚିତ ।କାରଣ ପ୍ରାଣର ଅନ୍ତ ହୋଇଗଲେ ପରେ ପଶ୍ଚାତାପ ହିଁ ରହିଯିବ 

୩. ବିଦ୍ୟା ଓ କାମଧେନୁ ସମଗୁଣ ଯୁକ୍ତ।କାରଣ ସେ ମନ୍ଦରୁ ମନ୍ଦ ସମୟରେ ମଧ୍ୟ ସଙ୍ଗ ତ୍ୟାଗ କରି ଥାଏ।ସେହିପରି ଗୃହରୁ ବାହାରକୁ ଚାଲିଗଲେ ବି ତାହା ମାତାଙ୍କର କାମ ବି ତୁଲାଇଥାଏ ।ଏହା ଏକ ଗୁପ୍ତ ଧନ ସଦୃଶ ।ଏପରି ଧନକୁ କେହି ଦେଖିପାରେ ନାହିଁ 
୪. ଗୋଟିଏ ବିଦ୍ୱାନ ପୁତ୍ର ସହସ୍ର ନିଷ୍କମା ଗୁଣ ହୀନ ପୁତ୍ରଙ୍କ ଠାରୁ ଭଲ, ଯେପରି ଏକହିଁ ଚନ୍ଦ୍ର ରାତ୍ରର ସମସ୍ତ ଅନ୍ଧକାରକୁ ଦୂର କରିଥାଏ 
୫. ମୂର୍ଖ ପୁତ୍ର ଅଧିକ ଦିନ ବଞ୍ଚିବା ଅପେକ୍ଷା ଶିଘ୍ର ମରିଯିବା ଉତ୍ତମ କାରଣ ପୁତ୍ରର ମୃତ୍ୟୁ ଲାଗିଥରେ ମାତ୍ର ଦୁଖ କରିବାକୁ ହୋଇଥାଏ ।କିନ୍ତୁ ସେପରି ପୁତ୍ର ବଞ୍ଚି ରହିଲେ ସାରାଜୀବନ ଦୁଃଖ ଓ କନ୍ଦାଇଥାଏ ।
୬.  ଦୁଷ୍ଟଜନଙ୍କ ଗ୍ରାମେ ବାସ କୁହଳହୀନ ବ୍ୟକ୍ତିର ସେବା କୁଭୋଜନ, କର୍କଶବାଣୀ ଯୁକ୍ତ ଭାର୍ଯ୍ୟା, ମୂର୍ଖ ପୁତ୍ର ଆଉ ବିଧବା କନ୍ୟା ଏମାନେ ବିନା ଅଗ୍ନିରେ ଜଳାଇ ମାରିବା ସଦୃଶ ।
୭. ଯେଉଁ ଗାଈ ଦୁଗ୍ଧ ଦିଏ ନାହିଁ କି ଗର୍ଭ ଧାରଣ କରେ ନାହିଁ ସେପରି ଗାଈ ଥାଇ ମୂଲ୍ୟ କ’ଣ ? ସେହିପରି ପୁତ୍ର ନୁହେଁ ବିଦ୍ୱାନ ନୁହେଁ ଈଶ୍ବର ଉକ୍ତ ସେପରି ପୁତ୍ର ଜନ୍ମରେ ଲାଭ କ’ଣ ?
୮. ସଂସାର ଜଂଜାଳରେ ଜଳୁଥିବା ବ୍ୟକ୍ତିମାନଙ୍କୁ ତିନୋଟି ବସ୍ତୁ ଶାନ୍ତି ଦେଇଥାଏ । ସେମାନେ ହେଲେ ସନ୍ତାନ, ଜାୟା ଓ ସଜ୍ଜନ ସଙ୍ଗ ବା ସତସଙ୍ଗ
୯. ରାଜାମାନେ ଥରେ ମାତ୍ର ଆଦେଶ ଦିଅନ୍ତି, ପଣ୍ଡିତମାନେ ଥରେ ମାତ୍ର କହନ୍ତି, କନ୍ୟାଦାନ ଥରେ ମାତ୍ର କରାଯାଇଥାଏ ।
୧୦. ତପସ୍ୟା ଏକା ପଢ଼ିବା, ଦୁଇଜଣ ଗୀତ ଗାଇବା ତିନିଜଣ, ମାର୍ଗଗମନରେ ଚାରିଜଣ, କୃଷିକ୍ଷେତ୍ରେ ପାଞ୍ଚଜଣ ନିଯୁକ୍ତ ପରି ଯୁଦ୍ଧରେ
ଏକାଧିକ ବ୍ୟକ୍ତି ଥିବା ଉଚିତ୍ ।