Activity Tips Tips Solution The Devotion Factory Devotion Post The Devotion Club Devotion Special
Monday, 10 October 2022
ନୀତିକଥା : ଦଶ
Wednesday, 5 October 2022
ନୀତିକଥା : ନଅ
Sunday, 2 October 2022
ନୀତିକଥା : ଆଠ
Saturday, 1 October 2022
ନୀତିକଥା : ସାତ
Tuesday, 27 September 2022
ନୀତିକଥା : ଛ
୧. ଜଣିଏ ହେଲେ ବି ଗୁଣବାନ ବ୍ୟକ୍ତି ସୁନାମ ଅର୍ଜନ କରେ । ବନରେ ଗୋଟିଏ ସୁଗନ୍ଧ ଯୁକ୍ତ ପୁଷ୍ପ ବୃକ୍ଷ ସମସ୍ତ ବନକୁ ସୁଗନ୍ଧିତ କରିଦିଏ । ସେହିପରି ଜଣେ ସୁପୁତ୍ର ସମଗ୍ର କୁଳର ଉଚ୍ଚମାନ ଆଣିଦିଏ
୨. ଗୋଟିଏ ଶୁଷ୍କ ବୃକ୍ଷରେ ଅଗ୍ନି ଲାଗିଲେ ତାହା ସାରା ବନକୁ ଦହନ କରେ ସେହିପରି ଗୋଟିଏ କୁପୁତ୍ର ଦ୍ଵାରା କୁଳ ବଦନାମ ହୋଇଯାଏ
୩. ଚନ୍ଦ୍ରମାଙ୍କ ଦ୍ଵାରା ଯେପରି ରାତ୍ରିର ଶୋଭା ବଢେ ,ସେହିପରି ଜଣେ ବିଦ୍ୱାନ ସୁପୁତ୍ର ଦ୍ୱାରା କୁଳ ଆହ୍ଲାଦିତ ହୋଇଥାଏ
୪. ଯେପରି ଶୋକ ସନ୍ତାପ କାରଣ ହେଉଥିବା ପୁତ୍ର ଜନ୍ମରେ କୂଳରେ କିଛି ଲାଭ ନାହିଁ ସେହିପରି କୂଳକୁ ସାହାରା ଦେଉଥିବା ଏକମାତ୍ର ପୁତ୍ର କୂଳ ନିମନ୍ତେ ଶ୍ରେଷ୍ଠ ଅଟେ ।
୫. ପୁତ୍ରକୁ ପାଞ୍ଚବର୍ଷ ଯାଏ ଲାଳନ କରିବ ପରି ଦଶବର୍ଷ ଯାଏ ତାଡ଼ନା କରିବ, ଷୋଳବର୍ଷ ପୁତ୍ର ହେଲେ କୁମିତ୍ର ସମାନ ବ୍ୟବହାର କରିବ
୬. ଉପଦ୍ରଵ ସମୟେ ଯୁଦ୍ଧକାଳରେ ଅକାଳରେ ଭୟଙ୍କର ଦୁର୍ଭିକ୍ଷ ପଡିଲେ ଦୁଷ୍ଟ ବ୍ୟକ୍ତି ସମ୍ପକକୁ ଆସିଗଲେ ସେଠାରୁ ପଳାୟନ କରି ଚାଲିଯିବା ବ୍ୟକ୍ତି ନିଜକୁ ବଞ୍ଚାଇ ଦେଇଥାଏ ।
୭. ଯେଉଁବ୍ୟକ୍ତିଙ୍କୁ ଧର୍ମ, ଧନ,କାମ, ମୋକ୍ଷ,ଭୋଗ ଏସମସ୍ତ ମଧ୍ୟରୁ ଗୋଟିଏ ନମିଳିଲା ଜାଣିବ ତାହାର ମୂତ୍ୟୁ ନିମନ୍ତେ ହୋଇଅଛି
୮. ଯେ ସ୍ଥାନେ ମୁର୍ଖ ଲୋକଙ୍କୁ ସମ୍ମାନ ନାହିଁ, ଅନ୍ନ ଦ୍ଵାରା ଭଣ୍ଡାର ପୂର୍ଣ୍ଣ ପତି ପତ୍ନୀଙ୍କ ମଧ୍ୟରେ ସୁସର୍ମ୍ପକ ସେଠାରେ ଲକ୍ଷ୍ମୀ ଇଚ୍ଛାଧୀନ ବାସ କରନ୍ତି ।
୯. ଆୟୁ, କର୍ମ,ଧନ,ଵିଦ୍ୟା, ନିଧନ ଏହି ପାଞ୍ଚଗୋଟି କଥା ପ୍ରାଣୀର ଭାଗ୍ୟରେ ମାତୃ ଗର୍ଭରେ ଥିବା ସମୟରେ ହିଁ ଲେଖା ହୋଇଥାଏ
୧୦. ଅନେକ ଏ ସଂସାରରେ ପୁତ୍ର ,ମିତ୍ର ଭାଇ, ସାଧୁ, ମହାତ୍ମା, ବିଦ୍ୱାନଙ୍କଠାରୁ ଦୁରେଇ ରହନ୍ତି ।ଯେଉଁମାନେ ସତସଙ୍ଗ କରନ୍ତି ସେହିମାନେ ହିଁ କୁଳର ପଵିତ୍ରକୁ ବଜାଇ ରଖନ୍ତି
Monday, 26 September 2022
ନୀତିକଥା : ପାଞ୍ଚ
୧. ଦୁଷ୍ଟ ବ୍ୟକ୍ତି ଓ ସର୍ପଙ୍କ ମଧ୍ୟରେ ସର୍ପ ଭଲ, କାରଣ ସର୍ପ ଥରୁଟିଏ ଦର୍ଶନ କରେ କିନ୍ତୁ ଦୁଷ୍ଟ ବ୍ୟକ୍ତି ବାରମ୍ବାର ଆଘାତ କରେ
୨. କୁଜନ ମାନେ ସର୍ବଦା ସଙ୍ଗରେ ଥାନ୍ତି,ସେଥିଲାଗି ରାଜା କୁଳିନଙ୍କୁ ଆପଣେଇ ଥାନ୍ତି
୩. ସାଗର ତୁଳନାରେ ଧୀର ଗମ୍ଭୀର ପୁରୁଷଙ୍କୁ ଉତ୍ତମ ଭାବିବ କାରଣ ପ୍ରଳୟ ଆସିଲେ ସାଗର ମର୍ଯ୍ୟାଦା ଭୁଲିଯାଏ କିନ୍ତୁ ଉତ୍ତମ ବ୍ୟକ୍ତିଙ୍କ ଉପରେ ପାହାଡ଼ ଭାଙ୍ଗି ପଡିଲେ ମଧ୍ୟ ସେମାନେ ମର୍ଯ୍ୟାଦା କୁ ଉଲ୍ଲଘନ କରନ୍ତି ନାହିଁ
୪. ମୁର୍ଖକୁ ଦୁଇପଦ ପଶୁ ଭାବି ତ୍ୟାଗ କରିବା କାରଣ ସେ ନିଜର ଶବ୍ଦ ଦ୍ଵାରା ଶୁଳ ସମାନ ଭେଦ କରେ ,ଯେପରି ଅଦୃଶ କଣ୍ଟକ ଭେଦ କରିଥାଏ
୫. ରୂପ ଯୌବନ ସମ୍ପନ୍ନ ଉଚ୍ଚ କୂଳରେ ଜାତ ହୋଇ ଯଦି ବିଦ୍ୟାହିନ ସେପରି ବ୍ୟକ୍ତି ସୁଗନ୍ଧହୀନ ପୁଷ୍ପ ସମ ଶୋଭ ପାଇଥାଏ
୬. କୋକିଳର ସ୍ୱର ତାର ରୁପକୁ ବୁଝାଏ, ନାରୀର ସୌନ୍ଦର୍ଯ୍ୟ ତାର ପବିତ୍ରତା ରୁ ଜଣାପଡେ ।ସେହିପରି ତପସ୍ୱୀ ମାନଙ୍କର କ୍ଷମାଭାବ ସେମାନଙ୍କର ରୂପ କହିଦିଏ ।
୭. କୁଳ ନିମନ୍ତେ ଵ୍ୟକ୍ତିର ବ୍ୟକ୍ତିତ୍ୱ ତ୍ୟାଗ ଗ୍ରାମ ନିମନ୍ତେ କୁଳତ୍ୟାଗ ରାଜ୍ୟ ରକ୍ଷା ଲାଗି ଗ୍ରାମ ତ୍ୟାଗ କରିବା ପରି ଆତ୍ମରକ୍ଷା ନିମନ୍ତେ ସଂସାର ତ୍ୟାଗ କରିବା ଠିକ ହେବ ।
୮. ଉଦ୍ୟମ କଲେ ଦାରିଦ୍ର୍ୟ ଦୂର , ଜପ ଦ୍ଵାରା ପାପ ଦୂର ,ମୌନତା ଦ୍ଵାରା କଳହ ଦୂର , ଜାଗ୍ରତ ଦ୍ଵାରା ଭୟ ଦୂର ହୋଇଥାଏ
୯. ସୌନ୍ଦର୍ଯ୍ୟ ରୂପ ହେତୁ ରାବଣ ଦ୍ଵାରା ସୀତା ହରଣ ଅତି ଅଂହକାରଣରୁ ରାବଣ ମୃତୁ ଯେପରି ସେପରି ଅତି ହାନି ଯୋଗୁ ବଳି ବଧ । ତେଣୁ ସର୍ବଦା ଅତିଟାକୁ ବର୍ଜନ କରିବା ଦରକାର
୧୦.ସାମର୍ଥ୍ୟ ବ୍ୟକ୍ତିକୁ ବସ୍ତୁ ଭାରି ନୁଁହ ।ବ୍ୟବସାୟ ଲାଗି ସ୍ଥାନ ଦୂର ନୁହେଁ ବିଦ୍ଵାନର ବିଦେଶ ଦୂର ନୁହେଁ ,ମଧୁର କଥା କହୁଥିବା ଵ୍ୟକ୍ତିର ଦୁନିଆରେ କେହି ପର ନାହାନ୍ତି
Wednesday, 21 September 2022
ନୀତିକଥା : ଚାରି
Tuesday, 20 September 2022
ନୀତିକଥା : ତିନି
୧. ପିତାଙ୍କଠାରେ ଭକ୍ତି ,ପିତୃଭକ୍ତି ପୋଷାକ ସେପରି ପୁତ୍ରକୁ ପିତା ଓ ମିତ୍ର ବିଶ୍ୱାସୀ ପାତ୍ର କହିବା, ସେହିହିଁ ପତ୍ନୀ ହୃଦୟ କୁ ଆନନ୍ଦ ଦେଇ ପାରନ୍ତି
୨. ଦେଖିଲେ ଅମୃତର ବାଣୀ ପଛରେ କାର୍ଯ୍ୟକୁ ବାଧା ଦେଉଥିବା ମିତ୍ରଙ୍କୁ ମୁଖରେ କ୍ଷୀର ରଖିଥିବା ବିଷପୂର୍ଣ୍ଣକୁମ୍ବ ସଦୃଶ ଭାବିବା ଓ ତ୍ୟାଗ କରିବା ଦରକାର
୩. କୁମିତ୍ର ଏବଂ ମିତ୍ରକୁ ବିଶ୍ୱାସ କରିବା ଉଚିତ ନୁହେଁ କାରଣ କ୍ରୋଧିତ ମିତ୍ର ନିଜର ଗୁପ୍ତ କଥାକୁ ପ୍ରକାଶ କରେ, ଏଥିରେ ସନ୍ଦେହ ନାହିଁ ।
୪. ଯାହା ମନରେ ଭାବିବା ତାହା ପ୍ରକାଶ କରିବ ନାହିଁ ।ତାହାକୁ ମନ୍ତ୍ର ପରି ଗୋପନ ରଖିବ , ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରିବ ତାହାକୁ ଗୁପ୍ତରେ କରିବା ।
୫. ମୁର୍ଖତା ଯୌବନ ଯେପରି କଷ୍ଟ ଦେଇଥାଏ ଅନ୍ୟର ଗୁହରେ ବାସ କରିବା ମଧ୍ୟ ସେହିପରି କଷ୍ଟ ଅଟେ ।
୬. ପର୍ବତମାନଙ୍କର ମଣି ମାଣିକ୍ୟ , ସମସ୍ତ ହସ୍ତୀର ମସ୍ତକରୁ ମୁକ୍ତା ପ୍ରାପ୍ତି ହୁଏ ନାହିଁ ।ସଂସାରରେ ଏତେ ମନୁଷ୍ୟ ଥାଇ ମଧ୍ୟ ସମସ୍ତ ଅବସ୍ଥାରେ ସାଧୁ ପୁରୁଷର ଅଭାବ ଦେଖାଯାଏ, ସେହିପରି ସମସ୍ତ ବନରେ ଚନ୍ଦନ ବୃକ୍ଷ ଥିବା ବି ଅସମ୍ଭବ ।
୭.ପୁତ୍ରକୁ ସଦା ସଦାଚାର ଶିଖାଇବା ବୁଦ୍ଧିମାନର କର୍ତ୍ତବ୍ୟ, କାରଣ ପୁତ୍ର ସଦାଚାରୀ ହୋଇଥିଲେ କୁଳର ମଙ୍ଗଳକର
୮. ବାଲ୍ୟକାଳେ ସନ୍ତାନମାନଙ୍କୁ ଶିକ୍ଷାଦାନ ନ କରେଇବା ପିତାମାତା ହିଁ ସନ୍ତାନମାନଙ୍କର ଶତ୍ରୁ ତୁଲ୍ୟ ।ହଂସ ମାନଙ୍କର ମଧ୍ୟରେ ବକ ମାନଙ୍କର ଯେପରି ଶୋଭା ପ୍ରାପ୍ତ ହୁଏ ନାହିଁ , ସେହିପରି ପଣ୍ଡିତ ମାନଙ୍କ ମଧ୍ୟରେ ମୂର୍ଖ ମାନଙ୍କର ଶୋଭା ନିନ୍ଦା ପରି ହେବ
୯. ଅଧିକ ଆଦର ସ୍ନେହ ଲାଗି ଅନେକ ଦୋଷ ତାଡନାର ଦୋଷ ପ୍ରାପ୍ତି ହୋଇଥାଏ ।ତେଣୁ ପୁତ୍ର ଓ ଶିଷ୍ୟ କୁ ଆଦର କରିବା ଅନୁଚିତ କାରଣ ଏଠାରେ ତାଡନାର ଆବଶ୍ୟକତା ରହିଥାଏ
୧୦. ଯେକୌଣସି ଶ୍ଳୋକ ବା ସେହି ଶ୍ଲୋକ ର ଅଧା ଅଥବା ତାହାର ଅଧା ଏପରିକି ସେହି ଶ୍ଲୋକର ଗୋଟିଏ ଅକ୍ଷର ବି ସମସ୍ତ ମନୁଷ୍ୟ ପକ୍ଷେ ମନେ ରଖିବା ଉଚିତ ।
Monday, 19 September 2022
ନୀତିକଥା : ଦୁଇ
୧. ମହତ୍ତ୍ୱ ଯୋଗ୍ୟ କାର୍ଯ୍ୟକୁ ପଠାଇବା ବେଳେ ଚାକରକୁ ପରୀକ୍ଷା କରାଯାଏ । ଦୁଃଖରେ ପଡିବା ବେଳେ ବନ୍ଧୁ ବିପତ୍ତି ସମୟରେ ମିତ୍ରତା ଧନାହାନି ବେଳେ ସ୍ତ୍ରୀ କୁ ପରୀକ୍ଷା କରିବେ
୨. ରୋଗରେ ପଡିଲେ ଅସମୟେ ଶତ୍ରୁ ସଂକଟରେ ପଡିଲେ ରାଜ କାର୍ଯ୍ୟ ରେ ସାହାର୍ଯ୍ୟ କରିବାରେ ମୁତ୍ୟୁ ସମୟରେ ସ୍ମସାନ ଯେ ଉପସ୍ଥିତ ହୋଇଥାନ୍ତି ,ତାହାଙ୍କୁ ପ୍ରକୁତ ମିତ୍ର ବନ୍ଧୁ ଜାଣିବ
୩. ଯେ ନିଶ୍ଚିତଳୁ ପରିତ୍ୟାଗ କରେ ,ଅନିଶ୍ଚିତ ପଛରେ ଧାଇଁଥାଏ ତାହା ନିଶ୍ଚୟ ନଷ୍ଟ ହୁଏ, କାରଣ ଅନିଶ୍ଚିତ ବେଳେ ବେଳେ ନଷ୍ଟ ହୋଇଥାଏ
୪. ଯେଉଁମାନେ ବୁଦ୍ଧିମାନ ସେମାନେ ରୁପକୁ ବାଦ ଦେଇକୁଳିନ ଗୃହର କନ୍ୟାକୁ ବିବାହ କରିବା ଉଚିତ, ହେଲେ ନୀଚକୁଳର କନ୍ୟା ହୋଇ ସେ ଯଦି ରୂପବତୀ ତଥା ସୁଶିଳା ତଥାପି ସେ କନ୍ୟା କୁ ବିବାହ କରିବା ଉଚିତ ନୁହେଁ
୫. ନଖଯୁକ୍ତ ହିଂସ୍ର ପଶୁ,ନଦୀ,ବିରାଟ ବିରାଟ ସିଂହା ଥିବାପଶୁ, ଶସ୍ତ୍ରଧାରୀ ବ୍ୟକ୍ତି ,ସ୍ତ୍ରୀ, ରାଜ ପରିବର୍ଗ ବ୍ୟକ୍ତିଙ୍କୁ ଆଦୌ ବିଶ୍ୱାସ କରିବ ନାହିଁ
୬. ବିଷ ମଧ୍ୟରୁ ଅମୃତ ଆବର୍ଜନା ମଧ୍ୟରୁ ସୁବର୍ଣ୍ଣକୁ ଗ୍ରହଣ କରିବ ।ସେହିପରି ନୀଚ ଲୋକର ଉତ୍ତମ ବିଦ୍ୟା କୁ ଗ୍ରହଣ କରିବ । ଦୁଷ୍ଟ କୁଳରୁ ସ୍ତ୍ରୀରତ୍ନ ଗ୍ରହଣ କରିବ
୭. ପୁରୁଷମାନଙ୍କ ଠାରୁ ସ୍ତ୍ରୀ ମାନଙ୍କର ଆହାର ଦୁଇ ଗୁଣ , ସେହିପରି ଲଜ୍ୟା ଚାରିଗୁଣ ,ର୍ନିଭୟତା ଛଗୁଣ, କାମୋତ୍ତେଜନା ଆଠଗୁଣା ଅଟେ
୮. ମିଥ୍ୟା ଆଚରଣ ,ଛନ୍ଦକପଟ,ସାହସ ଅତିଶୟ ଲୋଭ,ପବିତ୍ର ହୀନତା ଏବଂ ନିର୍ଦୟତା ସ୍ତ୍ରୀ ମାନଙ୍କର ସ୍ଵଭାଵ ଗୁଣ ।
୯. ନିଜର ବୋଲକରା ପୁତ୍ର,ବେଦଶାସ୍ତ୍ର ମତୀକା ପତ୍ନୀ, ସ୍ୱଧନରେ ସନ୍ତୁଷ୍ଟ ଵ୍ୟକ୍ତିର ଏହା ସମସ୍ତ ସ୍ୱର୍ଗ ସୁଖର ଫଳ
୧୦. ଭୋଜ ନେମନ୍ତେ ଦ୍ରବ୍ୟ ଭୋଜନ ଭୋଜନ ରତିରେ ସୁଖ ସୁଶିଳା ସୁନ୍ଦରୀ ଜାୟାର ବୈଭଵ ଓ ଦାନାଦିଶକ୍ତି ପରି ସୁଖ ସାଧାରଣ ତପସ୍ୟା ର ଫଳ ନୁହେଁ
ନୀତିକଥା : ଏକ
ନୀତିକଥା : ଏଗାର
୧. ଯେପରି ଋଣି ପିତା ପୁତ୍ରର ଶତ୍ରୁ ସେହିପରି ବ୍ୟଭିଚାରିଣୀ ମାତା, ରୂପବତୀ ପତ୍ନୀ ଓ ମୂର୍ଖ ପୁତ୍ର ଶତ୍ରୁ ଅଟନ୍ତି । ୨. ଯେପରି ଲୋଭୀକୁ ଧନଦେଇ ସନ୍ତୁଷ୍ଟ କରାଯାଏ ସେହ...
-
୧. ଯେ ପତ୍ନୀ ପବିତ୍ର କୁଶଳୀ, ପତିବ୍ରତା, ଯେଉଁ ପତ୍ନୀଙ୍କରପଢିଙ୍କଠାରେ ପ୍ରୀତି ଆଉ ସେହି, ପତ୍ନୀ ଯିଏ ପଡିଙ୍କୁ ସତ୍ୟ କହୁଥାଏ । ୨. ପୁତ୍ରହୀନର ଗୃହଶୂନ୍ୟ, ଭାତ ଚୀନର...
-
୧. ଶୁଣି ଶୁଣି ମନୁଷ୍ୟର ଧର୍ମ ଜ୍ଞାନ ଉତ୍ପନ୍ନ ହୋଇଥାଏ ଓ ଦୁର୍ବୁଦ୍ଧିକୁ ତ୍ୟାଗକରେ ପୁନଶ୍ଚ ଜ୍ଞାନ ପ୍ରାପ୍ତି ହୁଏ, ଜ୍ଞାନପ୍ରାପ୍ତି ହେଲେ ମୋକ୍ଷ ବି ହୋଇଥାଏ । ୨.ପକ୍...
-
୧. ପିତାଙ୍କଠାରେ ଭକ୍ତି ,ପିତୃଭକ୍ତି ପୋଷାକ ସେପରି ପୁତ୍ରକୁ ପିତା ଓ ମିତ୍ର ବିଶ୍ୱାସୀ ପାତ୍ର କହିବା, ସେହିହିଁ ପତ୍ନୀ ହୃଦୟ କୁ ଆନନ୍ଦ ଦେଇ ପାରନ୍ତି ୨. ଦେଖିଲ...