ଅପମାନ ପାଇବା ଦୁଷ୍ଟ ନରପତିଙ୍କର ସେବା କରିବା ଦରିଦ୍ର ଓ ଧ୍ରୁତ୍ତ ଵ୍ୟକ୍ତିର ସଭାକୁ ଅଗ୍ନି ନଥାଇ ମଧ୍ୟ ଦହନ ହୋଇ ଥାଏ
୨. ପ୍ରଖର ସ୍ରୋତଥିବା ନଦୀ କୂଳରେ ବୃକ୍ଷ,
ଅନ୍ୟର ଘରେ ବାସ କରୁଥିବା ନାରୀ ,ମନ୍ତ୍ରୀ ନଥିବା ରାଜା ବା ରାଜ୍ୟ ଏମାନେ ଯଥାଶୀଘ୍ର ନଷ୍ଟ
ପ୍ରାପ୍ତି ହୋଇ ପାରନ୍ତି
୩. ବିପ୍ରମାନଙ୍କର ଯେପରି ବିଦ୍ୟାବଳ ,ରାଜା ମାନଙ୍କର ସେହିପରି ସୈନ୍ୟମାନେ ବଳ, ସେହିପରି ବଶ୍ୟ ମାନଙ୍କର ବଳ ଯେପରି ଧନ
ସେହିପରି ଶୁଦ୍ରମାନଙ୍କର ସେବା କରିବା ବଳ ଅଟେ ।
4. ନିର୍ଦ୍ଧନ ପୁରୁଷକୁ ବେଶ୍ୟା ତ୍ୟାଗ କରିଥାଏ ।
ଶକ୍ତିହୀନ ରାଜାଙ୍କୁ ପ୍ରଜା ମାନେ ତ୍ୟାଗ କରନ୍ତି ।
ସେହିପରି ଫଳ ନଥିବା ଵୃକ୍ଷକୁ ପକ୍ଷୀମାନେ ତ୍ୟାଗ କରିବା ଭଳି ଭୋଜନ ସରିଲେ ଅତିଥି ମାନେ ଗୃହ ତ୍ୟାଗ କରନ୍ତି।
୫. ଦକ୍ଷିଣା ପାଇବା ପରେ ବିପ୍ରମାନେ ଯଜମାନ
ତ୍ୟାଗ କରନ୍ତି । ବିଦ୍ୟା ପ୍ରାପ୍ତି ପରେ ବିଦ୍ୟାର୍ଥୀ ଗୁରୁଙ୍କୁ ପରିତ୍ୟାଗ କରେ , ଅଗ୍ନି ଲାଗିଥିବା ବନକୁ
ପଶୁପକ୍ଷୀ ମାନେ ତ୍ୟାଗ କରନ୍ତି
୬. ଯେ ଦୁରାଚାରି ଦୁଷ୍ଟ ସ୍ୱଭାବୀ ବିନା କାରଣରେ
ଅନ୍ୟର ହାନି କରାଉଥିବା ବ୍ୟକ୍ତି ବା ସେ ଦୁଷ୍ଟ ଲୋକ ସହିତ ଜଣେ ଶ୍ରେଷ୍ଠ ପୁରୁଷ ରହିଲେ ସେ ମଧ୍ୟ ନଷ୍ଟ ହୋଇଥାଏ । କାରଣ ସଙ୍ଗଦୋଷ ନିଶ୍ଚୟ ଲାଗିଥାଏ
୭. ସମାସ୍କନ୍ଦ ସହିତ ସମାସ୍ପନ୍ଦଙ୍କର ମିତ୍ରତା ଶୋଭା ବର୍ଦ୍ଧନ କରେ, ରାଜାଙ୍କୁ ସେବା କରିବା ଶୋଭାପାଏ ।ଲକ୍ଷ୍ମୀବନ୍ତ ସ୍ତ୍ରୀ ଗୃହ କୁ ଶୋଭାପାଏ
୮. କାହାର ପୁଣି କୂଳରେ ଦୋଷନଥାଏ , ରୋଗ କାହାକୁ କଷ୍ଟ ନ ଦିଏ । ଦୁଃଖ କାହାର ନାହିଁ , କିଏ ବା ସମସ୍ତ ସମୟ ସୁଖରେ ଅଛି ।
୯. ଵ୍ୟକ୍ତିର ଆଚରଣ ତାର କୁଳର ପରିଚୟ ଦେଇଥାଏ ।ଭାଷଣ ପ୍ରସଙ୍ଗ ଦେଶର କଥା ଜଣାଇଥାଏ ।ଆଦର ସତ୍କାର ଦ୍ଵାରା ପ୍ରେମ ସର୍ମ୍ପକ ଵ୍ୟକ୍ତିର ଚେହେରା ଦେଖି ତାର ଭୋଜନ ସର୍ମ୍ପକ ଜାଣିହୁଏ ।
୧୦. କନ୍ୟାର ବିବାହ ଉତ୍ତମ ସ୍ଥାନରେ ପୁତ୍ରର ଲେଖାପଢ଼ା ଉତ୍ତମ ଭାବରେ ମିତ୍ରଙ୍କୁ ଭଲକାର୍ଯ୍ୟ ରେ ଶତ୍ରୁଙ୍କୁ ମନ୍ଦ କାର୍ଯ୍ୟରେ ଲଗାଇବ
No comments:
New comments are not allowed.