୧. ଜଣିଏ ହେଲେ ବି ଗୁଣବାନ ବ୍ୟକ୍ତି ସୁନାମ ଅର୍ଜନ କରେ । ବନରେ ଗୋଟିଏ ସୁଗନ୍ଧ ଯୁକ୍ତ ପୁଷ୍ପ ବୃକ୍ଷ ସମସ୍ତ ବନକୁ ସୁଗନ୍ଧିତ କରିଦିଏ । ସେହିପରି ଜଣେ ସୁପୁତ୍ର ସମଗ୍ର କୁଳର ଉଚ୍ଚମାନ ଆଣିଦିଏ
୨. ଗୋଟିଏ ଶୁଷ୍କ ବୃକ୍ଷରେ ଅଗ୍ନି ଲାଗିଲେ ତାହା ସାରା ବନକୁ ଦହନ କରେ ସେହିପରି ଗୋଟିଏ କୁପୁତ୍ର ଦ୍ଵାରା କୁଳ ବଦନାମ ହୋଇଯାଏ
୩. ଚନ୍ଦ୍ରମାଙ୍କ ଦ୍ଵାରା ଯେପରି ରାତ୍ରିର ଶୋଭା ବଢେ ,ସେହିପରି ଜଣେ ବିଦ୍ୱାନ ସୁପୁତ୍ର ଦ୍ୱାରା କୁଳ ଆହ୍ଲାଦିତ ହୋଇଥାଏ
୪. ଯେପରି ଶୋକ ସନ୍ତାପ କାରଣ ହେଉଥିବା ପୁତ୍ର ଜନ୍ମରେ କୂଳରେ କିଛି ଲାଭ ନାହିଁ ସେହିପରି କୂଳକୁ ସାହାରା ଦେଉଥିବା ଏକମାତ୍ର ପୁତ୍ର କୂଳ ନିମନ୍ତେ ଶ୍ରେଷ୍ଠ ଅଟେ ।
୫. ପୁତ୍ରକୁ ପାଞ୍ଚବର୍ଷ ଯାଏ ଲାଳନ କରିବ ପରି ଦଶବର୍ଷ ଯାଏ ତାଡ଼ନା କରିବ, ଷୋଳବର୍ଷ ପୁତ୍ର ହେଲେ କୁମିତ୍ର ସମାନ ବ୍ୟବହାର କରିବ
୬. ଉପଦ୍ରଵ ସମୟେ ଯୁଦ୍ଧକାଳରେ ଅକାଳରେ ଭୟଙ୍କର ଦୁର୍ଭିକ୍ଷ ପଡିଲେ ଦୁଷ୍ଟ ବ୍ୟକ୍ତି ସମ୍ପକକୁ ଆସିଗଲେ ସେଠାରୁ ପଳାୟନ କରି ଚାଲିଯିବା ବ୍ୟକ୍ତି ନିଜକୁ ବଞ୍ଚାଇ ଦେଇଥାଏ ।
୭. ଯେଉଁବ୍ୟକ୍ତିଙ୍କୁ ଧର୍ମ, ଧନ,କାମ, ମୋକ୍ଷ,ଭୋଗ ଏସମସ୍ତ ମଧ୍ୟରୁ ଗୋଟିଏ ନମିଳିଲା ଜାଣିବ ତାହାର ମୂତ୍ୟୁ ନିମନ୍ତେ ହୋଇଅଛି
୮. ଯେ ସ୍ଥାନେ ମୁର୍ଖ ଲୋକଙ୍କୁ ସମ୍ମାନ ନାହିଁ, ଅନ୍ନ ଦ୍ଵାରା ଭଣ୍ଡାର ପୂର୍ଣ୍ଣ ପତି ପତ୍ନୀଙ୍କ ମଧ୍ୟରେ ସୁସର୍ମ୍ପକ ସେଠାରେ ଲକ୍ଷ୍ମୀ ଇଚ୍ଛାଧୀନ ବାସ କରନ୍ତି ।
୯. ଆୟୁ, କର୍ମ,ଧନ,ଵିଦ୍ୟା, ନିଧନ ଏହି ପାଞ୍ଚଗୋଟି କଥା ପ୍ରାଣୀର ଭାଗ୍ୟରେ ମାତୃ ଗର୍ଭରେ ଥିବା ସମୟରେ ହିଁ ଲେଖା ହୋଇଥାଏ
୧୦. ଅନେକ ଏ ସଂସାରରେ ପୁତ୍ର ,ମିତ୍ର ଭାଇ, ସାଧୁ, ମହାତ୍ମା, ବିଦ୍ୱାନଙ୍କଠାରୁ ଦୁରେଇ ରହନ୍ତି ।ଯେଉଁମାନେ ସତସଙ୍ଗ କରନ୍ତି ସେହିମାନେ ହିଁ କୁଳର ପଵିତ୍ରକୁ ବଜାଇ ରଖନ୍ତି