Wednesday, 9 November 2022

ନୀତିକଥା : ଏଗାର

୧. ଯେପରି ଋଣି ପିତା ପୁତ୍ରର ଶତ୍ରୁ ସେହିପରି ବ୍ୟଭିଚାରିଣୀ ମାତା, ରୂପବତୀ ପତ୍ନୀ ଓ ମୂର୍ଖ ପୁତ୍ର ଶତ୍ରୁ ଅଟନ୍ତି ।

୨. ଯେପରି ଲୋଭୀକୁ ଧନଦେଇ ସନ୍ତୁଷ୍ଟ କରାଯାଏ ସେହିପରି ଅହଂକାରୀ ମାନକୁ ହାତଯୋଡ଼ି, ମୂର୍ଖକୁ ଉପଦେଶ ଦ୍ବାରା ଓ ପଣ୍ଡିତଙ୍କୁ
ଯଥାର୍ଥ ବାକ୍ୟ କହି ବଶ କରିବାକୁ ହୋଇଥାଏ ।

୩. ଦୁଷ୍ଟ ରାଜାଙ୍କ ରାଜ୍ୟରେ ସୁଖ ନାହିଁ, ଦୁଷ୍ଟ ମିତ୍ରଠାରୁ ଆନନ୍ଦମିଳେ ନାହିଁ, ଦୁଷ୍ଟ ପତ୍ନୀ ଯୋଗୁ ଗୃହରେ ସୁଖ ନଥାଏ, ଦୁଷ୍ଟ ମୂର୍ଖଶିଷ୍ୟକୁ ପାଠ ପଢ଼ାଇଲେ ଯଶ ମିଳିନଥାଏ ।

୪. ଯେପରି ସିଂହଠାରୁ ଗୋଟିଏ ବଗଠାରୁ ଗୋଟିଏ କଥା ଶିକ୍ଷାକରାଯାଏ ସେହିପରି କୁକୁଡ଼ାଠାରୁ ପାଞ୍ଚଗୋଟି କୁକୁରଠାରୁ ଛଅଗୋଟି
ଗଧଠାରୁ ସାତଗୋଟି କଥା ଶିକ୍ଷାକରାଯାଇଥାଏ 

୫. ଛୋଟ କିମ୍ବା ବଡ଼ ହେଉ ସେହି କାର୍ଯ୍ୟଟି କରିବାକୁ ଚାହୁଁଥିଲେ ସେଥିପାଇଁ ପୂର୍ଣ୍ଣ ଶକ୍ତି ଲଗାଇବା ଦରକାର କାରଣ ଏପରି ଗୁଣ
ସିଂହଠାରେ ଦେଖାଯାଇଥାଏ ।

୬. ବକ ଯେପରି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ରଖ୍ ନିଜର କାର୍ଯ୍ୟକରୁଥାଏ, ସେହିପରି କାଳ ଏବଂ ବଳକୁ ଜାଣି ନିଜର କାର୍ଯ୍ୟକୁ ବିଦ୍ଵାନମାନେ ସଫଳ କରିବା ଉଚିତ୍ ।

୭. ଶ୍ରେଷ୍ଠ ତଥା ବିଦ୍ୱାନ ବ୍ୟକ୍ତିଗଣ ଗଧଠାରୁ ତିନିଗୋଟି ଗୁଣଶିକ୍ଷା କରିବା ଉଚିତ୍ ।ତାହାହେଲା ଗଧ ଯେତେ କ୍ଳାନ୍ତ ହେଲେ ମଧ୍ୟ ନିଜର ବୋଝ ବୋହିବାରୁ କ୍ଷାନ୍ତ ହୁଏ ନାହିଁ ସେହି ପରି ମନୁଷ୍ୟମାନେ ଆଳସ୍ୟର ବଶବର୍ତ୍ତୀ ହୋଇ ନିଜର କାର୍ଯ୍ୟକୁ ସଫଳ କରିବା ଉଚିତ୍ଓ  କର୍ତ୍ତବ୍ୟ ତା ନିକଟରେ ବିମୁଖ ହେବା ଉଚିତ୍ କର୍ମ ନୁହଁ କାର୍ଯ୍ୟ ସିଦ୍ଧିରେ ଋତୁମାନଙ୍କର ଗ୍ରୀଷ୍ମ ଓ ଶୀତ ହେଲେ ସେଥିଲାଗି ଚିନ୍ତା କରିବା ଉଚିତ ନୁଁହ । ଆଉ ମଧ୍ୟ ଗଧ ଯେପରି ସନ୍ତୁଷ୍ଟତାର ସହିତ ସ୍ଥାନ ବିଚାର ନକରି ଚରିଥାଆନ୍ତି । ସେହିପରି ବୁଦ୍ଧିଯୁକ୍ତ ବ୍ୟକ୍ତି ସଦା ସନ୍ତୋଷ ମନରେ ଫଳରେ ଅଶା ନରଖୁ କର୍ମରେ ନିଯୁକ୍ତ ହେବା ଦରକାର ।

୮. ଯେପରି ସମୟ ଦେଖି ଜାଗ୍ରତ ରହିବ । ଲଢ଼ିବା ଶତ୍ରୁକୁ ହଟାଇ ଦେବା, ସେମାନଙ୍କ ଖାଦ୍ୟ ନିଜେ ଖାଇଥିବା କାର୍ଯ୍ୟକୁ କୁକୁଡ଼ାମାନେ କରିଥାଆନ୍ତି । କୁକୁଡ଼ାର ସେହିସବୁ ଗୁଣକୁ ମନୁଷ୍ୟମାନେ ଶିଖିବା ଉଚିତ୍ ।

୯. ଗୋପନତାର ସହିତ ମୈଥୁନ କରିବା ସମୟ ଦେଖ୍ ସଂଗ୍ରହ କରିବା ଆଉ ମଧ୍ୟ ସମସ୍ତ ସମୟରେ ସାବଧାନ ହେବା, କାହାକୁ ବିଶ୍ଵାସ ନକରିବା କି ପାଟିଦ୍ଵାରା ସମସ୍ତଙ୍କୁ ଯେପରି କରାଇନେବା କୁଆର କାର୍ଯ୍ୟ, ସେହିସବୁ ଗୁଣ ମନୁଷ୍ୟ କୁଆଠାରୁ ଶିକ୍ଷା କରିବା ଉଚିତ୍

୧୦. କୁକୁର ଯେପରି ବହୁ କ୍ଷୁଧା ବେଳେ ଅଳ୍ପରେ ସନ୍ତୁଷ୍ଟ ହେବା,ଗାଢ଼ ନିଦ୍ରାରେ ଥାଇ ମଧ୍ୟ ସଦାସତର୍କ ଥିବା ସ୍ଵାମୀଙ୍କର ଉପଯୁକ୍ତ ସେବକ ଭାବରେ ନିଜର ବୀରତ୍ଵ ଦେଖାଇବା ପରି ଗୁଣ ଥାଏ । ସେହି ଗୁଣକୁ ମନୁଷ୍ୟମାନେ ଶିକ୍ଷା କରିବା ଉଚିତ୍ ।

No comments:

Post a Comment