୧. ଦୁଷ୍ଟ ବ୍ୟକ୍ତି ଓ ସର୍ପଙ୍କ ମଧ୍ୟରେ ସର୍ପ ଭଲ, କାରଣ ସର୍ପ ଥରୁଟିଏ ଦର୍ଶନ କରେ କିନ୍ତୁ ଦୁଷ୍ଟ ବ୍ୟକ୍ତି ବାରମ୍ବାର ଆଘାତ କରେ
୨. କୁଜନ ମାନେ ସର୍ବଦା ସଙ୍ଗରେ ଥାନ୍ତି,ସେଥିଲାଗି ରାଜା କୁଳିନଙ୍କୁ ଆପଣେଇ ଥାନ୍ତି
୩. ସାଗର ତୁଳନାରେ ଧୀର ଗମ୍ଭୀର ପୁରୁଷଙ୍କୁ ଉତ୍ତମ ଭାବିବ କାରଣ ପ୍ରଳୟ ଆସିଲେ ସାଗର ମର୍ଯ୍ୟାଦା ଭୁଲିଯାଏ କିନ୍ତୁ ଉତ୍ତମ ବ୍ୟକ୍ତିଙ୍କ ଉପରେ ପାହାଡ଼ ଭାଙ୍ଗି ପଡିଲେ ମଧ୍ୟ ସେମାନେ ମର୍ଯ୍ୟାଦା କୁ ଉଲ୍ଲଘନ କରନ୍ତି ନାହିଁ
୪. ମୁର୍ଖକୁ ଦୁଇପଦ ପଶୁ ଭାବି ତ୍ୟାଗ କରିବା କାରଣ ସେ ନିଜର ଶବ୍ଦ ଦ୍ଵାରା ଶୁଳ ସମାନ ଭେଦ କରେ ,ଯେପରି ଅଦୃଶ କଣ୍ଟକ ଭେଦ କରିଥାଏ
୫. ରୂପ ଯୌବନ ସମ୍ପନ୍ନ ଉଚ୍ଚ କୂଳରେ ଜାତ ହୋଇ ଯଦି ବିଦ୍ୟାହିନ ସେପରି ବ୍ୟକ୍ତି ସୁଗନ୍ଧହୀନ ପୁଷ୍ପ ସମ ଶୋଭ ପାଇଥାଏ
୬. କୋକିଳର ସ୍ୱର ତାର ରୁପକୁ ବୁଝାଏ, ନାରୀର ସୌନ୍ଦର୍ଯ୍ୟ ତାର ପବିତ୍ରତା ରୁ ଜଣାପଡେ ।ସେହିପରି ତପସ୍ୱୀ ମାନଙ୍କର କ୍ଷମାଭାବ ସେମାନଙ୍କର ରୂପ କହିଦିଏ ।
୭. କୁଳ ନିମନ୍ତେ ଵ୍ୟକ୍ତିର ବ୍ୟକ୍ତିତ୍ୱ ତ୍ୟାଗ ଗ୍ରାମ ନିମନ୍ତେ କୁଳତ୍ୟାଗ ରାଜ୍ୟ ରକ୍ଷା ଲାଗି ଗ୍ରାମ ତ୍ୟାଗ କରିବା ପରି ଆତ୍ମରକ୍ଷା ନିମନ୍ତେ ସଂସାର ତ୍ୟାଗ କରିବା ଠିକ ହେବ ।
୮. ଉଦ୍ୟମ କଲେ ଦାରିଦ୍ର୍ୟ ଦୂର , ଜପ ଦ୍ଵାରା ପାପ ଦୂର ,ମୌନତା ଦ୍ଵାରା କଳହ ଦୂର , ଜାଗ୍ରତ ଦ୍ଵାରା ଭୟ ଦୂର ହୋଇଥାଏ
୯. ସୌନ୍ଦର୍ଯ୍ୟ ରୂପ ହେତୁ ରାବଣ ଦ୍ଵାରା ସୀତା ହରଣ ଅତି ଅଂହକାରଣରୁ ରାବଣ ମୃତୁ ଯେପରି ସେପରି ଅତି ହାନି ଯୋଗୁ ବଳି ବଧ । ତେଣୁ ସର୍ବଦା ଅତିଟାକୁ ବର୍ଜନ କରିବା ଦରକାର
୧୦.ସାମର୍ଥ୍ୟ ବ୍ୟକ୍ତିକୁ ବସ୍ତୁ ଭାରି ନୁଁହ ।ବ୍ୟବସାୟ ଲାଗି ସ୍ଥାନ ଦୂର ନୁହେଁ ବିଦ୍ଵାନର ବିଦେଶ ଦୂର ନୁହେଁ ,ମଧୁର କଥା କହୁଥିବା ଵ୍ୟକ୍ତିର ଦୁନିଆରେ କେହି ପର ନାହାନ୍ତି
No comments:
Post a Comment